‘ଇଣ୍ଡିଆ’ ମେଣ୍ଟ ଉପରେ ମୋଦୀଙ୍କ ପ୍ରହାର: ଇଣ୍ଡିଆନ ମୁଜାହିଦ୍ଦିନ ବି ଇଣ୍ଡିଆ ନାମର ବ୍ୟବହାର ହୋଇଛି

Advertisment

ଏଭଳି ଦିଗହରା ବିରୋଧୀଙ୍କୁ ମୁଁ କେବେ ଦେଖି ନଥିଲି, ତୀବ୍ର ପ୍ରତିକ୍ରିୟା ରଖିଲେ ଖଡ଼ଗେ, ରାହୁଲ

ଏଭଳି ଦିଗହରା ବିରୋଧୀଙ୍କୁ ମୁଁ କେବେ ଦେଖି ନଥିଲି, ତୀବ୍ର ପ୍ରତିକ୍ରିୟା ରଖିଲେ ଖଡ଼ଗେ, ରାହୁଲ

ସୁନ୍ଦରଗଡ଼ରେ ୨୯ ହଜାର କୋଟିର ବିଦ୍ୟୁତ୍ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Photo: Aaj Tak

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବିରୋଧୀ ମେଣ୍ଟ ଉପରେ କଡ଼ା ପ୍ରହାର କରିଛନ୍ତି। ବିରୋଧୀ ‌ଦଳ ଦ୍ବାରା ଗଠନ ହୋଇଥିବା ଇ-ଣ୍ଡି-ଆ ମେଣ୍ଟକୁ ମୋଦୀ ତୀବ୍ର କଟାକ୍ଷ କରି ଆତଙ୍କବାଦୀ ସଂଗଠନ ଏବଂ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ସଂପର୍କରେ ଚର୍ଚ୍ଚା କରିଛନ୍ତି। ମୋଦୀ ଆଜି ସକାଳେ ବିଜେପିର ସଂସଦୀୟ ଦଳ ବୈଠକରେ ‘ଇଣ୍ଡିଆ’ ମେଣ୍ଟର ନାମନେଇ କହିଛନ୍ତି, ମୁଁ କେବେ ବି ଏଭଳି ଦିଗହରା ବିରୋଧୀଙ୍କୁ ଦେଖିନଥିଲି। ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ଇଷ୍ଟ ଇଣ୍ଡିଆ କମ୍ପାନି, ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ, ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆରେ ବି ଇଣ୍ଡିଆ ନାମ ରହିଛି ରହିଛି। କେବଳ ‘ଇଣ୍ଡିଆ’ ନାମର ବ୍ୟବହାର କରି ନିଜକୁ ପ୍ରଶଂସା ଓ ଲୋକଙ୍କୁ ବିଭ୍ରାନ୍ତ କରିବା ଚଳିବ ନାହିଁ। ବିରୋଧୀ ଦଳମାନେ ଦେଶର ନାମ ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲାଇ ପାରିବେନି ବୋଲି ମୋଦୀ କହିଛନ୍ତି। ବିରୋଧୀଙ୍କୁ ମୋଦୀ ପରାଜିତ, କ୍ଳାନ୍ତ ଏବଂ ନୈରାଶ୍ୟବାଦୀ ବୋଲି ବର୍ଣ୍ଣନା କରି କହିଛନ୍ତି କେବଳ ‘ମୋଦୀ ବିରୋଧ’ ହିଁ ସେମାନଙ୍କ ଏକମାତ୍ର ଏଜେଣ୍ଡା। ସେମାନଙ୍କ ବ୍ୟବହାରରୁ ଲାଗୁଛି ଯେ ସେମାନେ ବିରୋଧୀ ଭାବେ ରହିବାପାଇଁ ମନ ସ୍ଥିର କରିଦେଇଛନ୍ତି। ବିଜେପି ୨୦୨୪ରେ ଲୋକଙ୍କ ସମର୍ଥନରେ ଅତି ସହଜରେ ନିର୍ବାଚନ ଜିତିବ ବୋଲି ମୋଦୀ ଦୃ‌ଢ଼ୋକ୍ତି ବାଢ଼ିଛନ୍ତି।

ମୋଦୀଙ୍କ ଏହି ଟିପ୍ପଣୀ ଉପରେ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି। ଖଡ଼ଗେ କହିଛନ୍ତି, ଆମେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ କହୁଛୁ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଇଷ୍ଟ୍‌ ଇଣ୍ଡିଆ କମ୍ପାନି କଥା କହୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ‘ଆମକୁ ଯାହା କହୁଛ କୁହ। ଆମେ ‘ଇଣ୍ଡିଆ’। ଆମେ ମଣିପୁରକୁ ଶାନ୍ତ କରିବୁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe