Hindustan Times
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯିବେ। ସେପ୍ଟେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ମୋଦୀ ଆମେରିକା ଗସ୍ତ କରିବେ ବୋଲି ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା ଘୋଷଣା କରିଛନ୍ତି। ମୋଦୀଙ୍କ ଗସ୍ତର ବିସ୍ତୃତ ସୂଚନା ପ୍ରଦାନ କରି ଶ୍ରୀଙ୍ଗଳା କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ବାଣିଜ୍ୟ ଏବଂ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ର ସମତେ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ମୋଦୀ-ବାଇଡେନ୍ ଆଲୋଚନା କରିବେ। ଆଫଗାନିସ୍ତାନରେ ବର୍ତ୍ତମାନର ଆଞ୍ଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ମୋଦୀ ମଧ୍ୟ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ସହ ପ୍ରଥମ ଥର ପାଇଁ ସାକ୍ଷାତ କରିବେ।
ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ବାରା ଆୟୋଜିତ କୋଭିଡ୍-୧୯ ବୈଶ୍ବିକ ସମ୍ମିଳନୀରେ ମୋଦୀ ଯୋଗ ଦେବେ। ମୋଦୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଯିବେ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ୍ ମଧ୍ୟ ମୋଦୀଙ୍କ ସହ ଗସ୍ତ କରିଛନ୍ତି। ମୋଦୀଙ୍କ ଗସ୍ତର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବାପରେ ମୋଦୀଙ୍କର ଏହା ତାଙ୍କ ସହ ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ। କ୍ବାଡ୍ ନେତାମାନଙ୍କ ସମ୍ମିଳନୀରେ ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଯୋଗ ଦେବେ। ୟୁଏନ୍ଜିଏ (ଜାତିସଂଘ ସାଧାରଣ ପରିଷଦ)ରେ ଉଦ୍ବୋଧନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନ୍ୟ ଏକ ଗୁରୂତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ।
Follow Us