Advertisment

ନିର୍ବାଚନ ପୂର୍ବରୁ କୃଷକଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର

Advertisment
ନିର୍ବାଚନ ପୂର୍ବରୁ କୃଷକଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଳୀ: ଲୋକସଭା ର୍ନିବାଚନ ପୂର୍ବରୁ ମୋଦି ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେବା ପାଇଁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଆରମ୍ଭ କରିବା ପାଇଁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦେଶର ୧୨କୋଟି କୃଷକଙ୍କ ଖାତାକୁ ଏହି ଯୋଜନାରେ ଟଙ୍କା ଯିବ। ତେବେ ଏହି ଯୋଜନା ଆରମ୍ଭ ହେବା ପୂର୍ବରୁ ମୋଦି ଏକ ଟ୍ଵିଟ୍‌ କରିଥିଲେ ଓ କହିଥିଲେ ଯେ, ରବିବାର ଦେଶ ପାଇଁ ଐତିହାସିକ ଦିନ ହେବ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଗୋରଖପୁରଠାରେ ହିଁ ଆରମ୍ଭ ହେବାକୁ ଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏପରି ଏକ ଯୋଜନା ଯେଉଁ ଯୋଜନାରେ ଭାରତର ଅନେକ ଚାଷୀ ଲାଭବାନ ହେବେ। କାରଣ ସେମାନଙ୍କ ପାଇଁ ଆମେ ମାନେ ଖାଦ୍ୟ ପାଇପାରୁଛୁ। ପୂର୍ବରୁ ମୋଦି ସରକାର ଅନ୍ତରୀଣ ବଜେଟରେ କିଷାନ ପାଇଁ ଏହି ଯୋଜନାର ଘୋଷଣା କରିଥିଲେ। ଦେଶର ୧୨ କୋଟି ଚାଷୀଙ୍କ ଖାତାକୁ ଏହି ଯୋଜନା ମାଧ୍ୟମରେ ୨ ହଜାର ଟଙ୍କା ଲେଖାଏଁ ଯିବ। ତେବେ ଏହି ଯୋଜନାରେ ସେହିମାନଙ୍କୁ ଟଙ୍କା ମିଳିବ ଯେଉଁମାନଙ୍କ ପାଖରେ ୨ ହେକ୍ଟର କିମ୍ବା ତାହାଠାରୁ କମ ଜମି ଥିବ।

ତେବେ କୃଷକମାନଙ୍କ ପାଇଁ ମୋଦି ସରକାର ଏପରି ଯୋଜନାର ଘୋଷଣା କରିବା ପରେ ସାରା ଦେଶରେ ଏହାକୁ ସ୍ୱାଗତ କରାଯାଇଛି। କେବଳ ଏତିକି ନୁହେଁ ବରଂ କିପରି ଭାବରେ ଏହି ଯୋଜନାରେ କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe