ନୂଆଦିଲ୍ଲୀ : କଂଗ୍ରେସର ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ୱାୟନାଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ କହିଛନ୍ତି, ସେ କାହାକୁ ଅପମାନ ଦେଇନଥିଲେ ସୁଦ୍ଧା ତାଙ୍କ ଭାଷଣର କିଛି ଅଂଶକୁ ହଟାଇ ଦିଆଯାଇଛି। କିନ୍ତୁ ମୋଦୀ ତାଙ୍କୁ ଅପମାନିତ କରିଥିଲେ ସୁଦ୍ଧା ତାଙ୍କ କଥାକୁ ରେକର୍ଡରୁ ହଟାଯାଇନି। ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ କହିଛନ୍ତି, ସଂସଦରେ ସେ ଆଦାନି ପ୍ରସଙ୍ଗରେ କହୁଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଥରୁଥିଲା। ରାହୁଲ କହିଛନ୍ତି, ସତ ସବୁବେଳେ ପଦାକୁ ଚାଲିଆସେ। ମୁଁ ଅତ୍ୟନ୍ତ ନମ୍ର ଏବଂ ସମ୍ମାନର ସହ କହୁଥିଲି। କିନ୍ତୁ ମୋ ଭାଷଣକୁ ଏଡିଟ୍ କରାଯାଇଛି ଏବଂ ଏହାକୁ ରେକର୍ଡରେ ରଖାଗଲାନି।
ସଂସଦରେ ମୁଁ ଆଦାନି ପ୍ରସଙ୍ଗ କହିବାବେଳେ ମୋଦୀଙ୍କ ହାତ ଥରୁଥିଲା: ରାହୁଲ
Advertisment
Follow Us