କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଗୋଷ୍ଠୀ ସଚେତନତା ହିଁ ଚାବିକାଠି: ମୋଦୀ

Advertisment

ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଗୋଷ୍ଠୀ ସଚେତନତା ହିଁ ଚାବିକାଠି: ମୋଦୀ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାଭୂତାଣୁ ସଂକ୍ରମଣର ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାରି ରହିଥିବା ଟିକାକରଣ ପ୍ରକ୍ରିୟା ଓ କୋଭିଡ୍‌ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍‌ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ତେବେ ସର୍ବୋପରି ବିଭିନ୍ନ ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ସତଚେତନତା ସୃଷ୍ଟି ସହ ସେମାନେ ଏହି ଲଢ଼େଇରେ ସାମିଲ ହେବା ଦ୍ବାରା ଉପୁଜିଥିବା ସ୍ଥିତିରୁ ତ୍ରାହି ମିଳିପାରିବ ବୋଲି ମୋଦୀ କହିଥିଲେ। ଏଥିପାଇଁ ଜନଭାଗୀଦାରି ଓ ଜନସଚେତନତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ନମୁନା ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ୍‌ ନିୟମ ଅନୁପାଳନ ଓ ଟିକାକରଣ ପରି ପାଞ୍ଚସୂତ୍ରୀ ଯୋଜନାକୁ ଗୁରୁତ୍ବ ଏବଂ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରାଗଲେ କରୋନା ସଂକ୍ରମଣକୁ କାବୁ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶତ ପ୍ରତିଶତ ମାସ୍କ ପରିଧାନ ସହ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଏବଂ ସାର୍ବଜନୀନ ସ୍ଥାନ/କର୍ମସ୍ଥଳୀ/ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଆଗାମୀ ୬ ତାରିଖରୁ ୧୪ ତାରିଖ ଯାଏ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe