ଆସାମରେ ମୋଦୀଙ୍କ ଶେଷ ରାଲି; ନିର୍ଦ୍ଦିଷ୍ଟ ବର୍ଗ ପାଇଁ କାମ କରିବାକୁ ଏଠି ଧର୍ମନିରପେକ୍ଷତା କୁହାଯାଉଛି

Advertisment
ଆସାମରେ ମୋଦୀଙ୍କ ଶେଷ ରାଲି; ନିର୍ଦ୍ଦିଷ୍ଟ ବର୍ଗ ପାଇଁ କାମ କରିବାକୁ ଏଠି ଧର୍ମନିରପେକ୍ଷତା କୁହାଯାଉଛି

Business Standard

ନୂଆଦିଲ୍ଲୀ : ଆସନ୍ତା ୬ ତାରିଖରେ ଆସାମରେ ଚୂଡ଼ାନ୍ତ ପର୍ଯ୍ୟା‌ୟ ନିର୍ବାଚନ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ଶେ‌ଷ ନିର୍ବାଚନ ରୢାଲିରେ ଯୋଗ ଦେଇଛନ୍ତି। ଆସାମର ଥମୁଲ୍‌ପୁରରେ ଏକ ନିର୍ବାଚନୀ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ବିଜେପି ସମସ୍ତଙ୍କ ପାଇଁ କାମ କରୁଛି, କିନ୍ତୁ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଭୋଟ୍‌ ବ୍ୟାଙ୍କ୍‌ ପାଇଁ ଦେଶରେ ବିଭେଦ ବଢ଼ାଉଛନ୍ତି। ଏହା ଦେଶର ଦୁର୍ଭାଗ୍ୟ ‌ଯେ, ଏଠି କିଛି ନିର୍ଦ୍ଦିଷ୍ଟ ବର୍ଗ ପାଇଁ କାମ କରିବାକୁ ଧର୍ମନିରପେକ୍ଷତା କୁହାଯାଉଥିବା ବେଳେ ବିନା ପକ୍ଷପାତରେ ସମସ୍ତଙ୍କ ପାଇଁ କାମ କରିବାକୁ ସାମ୍ପ୍ରଦାୟିକତା କୁହାଯାଉଛି। ବିଜେପି ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ଏବଂ ରାଜ୍ୟବାସୀ ବିଜେପିକୁ ପୁଣିଥରେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe