ମହିଳାଙ୍କ ଭୋଟ ହାତେଇବା ପାଇଁ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ଏହି ଦିନ ଦେବେ ବଡ଼ ଉପହାର

ମହିଳାଙ୍କ ଭୋଟ ହାତେଇବା ପାଇଁ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ଏହି ଦିନ ଦେବେ ବଡ଼ ଉପହାର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୩୭୦ ଆସନ ଲକ୍ଷ୍ୟ ହାସଲ କରିବା ଲାଗି ତଥା ହ୍ୟାଟ୍ରିକ ଲଗାଇବା ପାଇଁ ମାଷ୍ଟରଷ୍ଟ୍ରୋକ୍ ଖେଳିବା ଆରମ୍ଭ କରିଛନ୍ତି। ଦେଶର ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ମହିଳା ଭୋଟରଙ୍କ ଭୋଟ ବିଜେପି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ଭୋଟ ବିନା ସରକାର ୩୭୦ ଆସନ ଲକ୍ଷ୍ୟ ଛୁଇଁ ପାରିବେ ନାହିଁ। ତେଣୁ ସରକାର ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଦିନ ସରକାର ମହିଳାଙ୍କ ବଡ଼ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ତେବେ ଏହା କ’ଣ ସେନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ଦି ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ ବିଜେପି ଉପରେ ବେରାଜଗାରୀ, ଦରଦାମ ବୃଦ୍ଧି ଏବଂ କୃଷି ସଙ୍କଟ ଭଳି ପ୍ରସଙ୍ଗରେ ଲୋକେ ଅସନ୍ତୁଷ୍ଟ ରହିଛନ୍ତି। ତେବେ ଦଳ ପକ୍ଷରୁ କେତେକ ପ୍ରମୁଖ ରାଜ୍ୟରେ ମହିଳାଙ୍କ ମଧ୍ୟରେ ନିଜର ସମର୍ଥନ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି। ପଶ୍ଚିମବଙ୍ଗଗର ସନ୍ଦେଶଖାଲି ମାମଲାରେ ବିଜେପି ଆକ୍ରମଣାତ୍ମକ ହୋଇଛି। ଦଳର ଆଭିମୁଖ୍ୟ ହେଉଛି ରାଜ୍ୟର ମହିଳାଙ୍କ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା।

ମ‌ୋଦୀ ମାର୍ଚ୍ଚ ୭ରେ ଉତ୍ତର ୨୪ ପରଗଣାର ବାରାସାତରେ ଦଳୀୟ ମହିଳା ମୋର୍ଚ୍ଚା ଜାତୀୟ ବୈଠକକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଉପକୃତ ହୋଇଥିବା ମହିଳାଙ୍କ ସମେତ ସନ୍ଦେଶଖାଲିର କେତେକ ମହିଳା ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି। ଦଳୀୟ ସୂତ୍ର ଅନୁସାରେ ବିଜେପି ନିର୍ବାଚନ ପାଇଁ ସ୍ଥିତି ସୃଷ୍ଟି କରିବାକୁ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe