ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୁଣି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅପରେସନ୍ ଗଙ୍ଗାର ପ୍ରଗତି ସଂକ୍ରାନ୍ତରେ ମୋଦୀ ଏହି ବୈଠକରେ ସମୀକ୍ଷା କରିଛନ୍ତି। କିବ୍ରେ ଅନ୍ୟଜଣେ ଛାତ୍ରଙ୍କ ଦେହରେ ଗୁଳି ବାଜିଥିବା ଖବର ମିଳିବାପରେ ପ୍ରଧାନମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ମୋଦୀଙ୍କର ଏହା ଅଷ୍ଟମ ବୈଠକ । ମୋଦୀ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନିସ୍କ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଧାର ପ୍ରକ୍ରିୟାରେ ସମନ୍ନୟ ରକ୍ଷା କରିବାପାଇଁ ୪ ଜଣ ମନ୍ତ୍ରୀଙ୍କୁ ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ର ପଠାଯାଇଛି। ଏବେ ଯୁଦ୍ଧଗ୍ରସ୍ତ ଅଂଚଳରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି।
ରୁଷ୍-ୟୁକ୍ରେନ ସଙ୍କଟ ନେଇ ମୋଦୀଙ୍କ ଅଷ୍ଟମ ବୈଠକ, ‘ଅପରେସନ ଗଙ୍ଗା’ର ପ୍ରଗତି ସମୀକ୍ଷା କଲେ
Advertisment
Follow Us