ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ସିଧା ବାର୍ତ୍ତା: ଇମ୍ରାନ୍‌-ଜିନ୍‌ପିଙ୍ଗଙ୍କ ଉପସ୍ଥିତିରେ ପାକିସ୍ତାନ-ଚୀନ୍‌କୁ ନିଶାଣ

Advertisment
ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ସିଧା ବାର୍ତ୍ତା: ଇମ୍ରାନ୍‌-ଜିନ୍‌ପିଙ୍ଗଙ୍କ ଉପସ୍ଥିତିରେ ପାକିସ୍ତାନ-ଚୀନ୍‌କୁ ନିଶାଣ

ନୂଆଦିଲ୍ଲୀ: ଆଠଟି ସହଯୋଗୀ ଦେଶକୁ ନେଇ ଗଠିତ ସାଂଘାଇ ସହଯୋଗ ସଂଘ(ଏସ୍‌ସିଓ)ର ଘୋଷଣାପତ୍ରକୁ ଭାରତ କଡ଼ାକଡ଼ି ଭାବେ ପାଳନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅନୁଷ୍ଠିତ ଆଭାସୀ ଏସ୍‌ସିଓ ସମ୍ମିଳନୀରେ କହିଛନ୍ତି। ଏହି ସଂଘ ମୁଖ୍ୟତଃ ସହଯୋଗୀ ଦେଶମାନଙ୍କର ସୁରକ୍ଷା ଓ ପ୍ରତିରକ୍ଷା ଉପରେ ଗୁରୁତ୍ବାରୋପ କରୁଥିବା ବେଳେ କିଛି ରାଷ୍ଟ୍ର ଦ୍ବିପାକ୍ଷିକ ପ୍ରସଙ୍ଗଗୁଡ଼ିକୁ ଏଠାରେ ଉପସ୍ଥାପନ କରିବା ପରିତାପର ବିଷୟ ବୋଲି ବୋଲି ମୋଦୀ ପରୋକ୍ଷରେ ପାକିସ୍ତାନକୁ ନିଶାଣ କରିଥିଲେ। ଏହି ଆଭାସୀ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ଚୀନ୍‌ ରାଷ୍ଟ୍ରପତି ସାଇ ଜିନ୍‌କିଙ୍ଗ ମଧ୍ୟ ସାମିଲ ହୋଇଥିଲେ। ମୋଦୀ ଆହୁରି କହିଥିଲେ ଯେ ପରସ୍ପର ମଧ୍ୟରେ ସଂଯୋଜକତା ବୃଦ୍ଧିରେ ଭାରତ ବିଶ୍ବାସ କରେ। ଏହା ଦ୍ବାରା ଆମେ ପରସ୍ପରର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଜଣାଇ ଆଗକୁ ବଢ଼ିବାର ଉତ୍ସାହ ଯୋଗାଇଥାଏ। ଏପରି କହି ମୋଦୀ ମଧ୍ୟ ପରୋକ୍ଷରେ ଚୀନ୍‌କୁ ନିଶାଣ କରିଥିଲେ। ସୂଚନା ଥାଉ କି, ପାକିସ୍ତାନ କାଶ୍ମୀରରେ ଅନବରତ ଆତଙ୍କବାଦ କାର୍ଯ୍ୟ ଚଳାଇ ଆସୁଥିବା ବେଳେ ଗତ ଜୁନ୍‌ ମାସରେ ପୂର୍ବ ଲଦାଖ ସୀମାରେ ଚୀନ୍‌ ସୈନିକଙ୍କ ସହ ଭାରତୀୟ ଯବାନମାନଙ୍କର ରକ୍ତାକ୍ତ ସଂଘର୍ଷ ପରେ ଅନୁଷ୍ଠିତ ଏସ୍‌ସିଓର ଏହି ପ୍ରଥମ ସମ୍ମିଳନୀରେ ମୋଦୀ ଏପରି ଉଦ୍‌ବୋଧନ ଦେଇଥିଲେ। ସେହିପରି ଭାରତ ଭୂମିକାକୁ ଦର୍ଶାଇବାକୁ ଯାଇ ମହାମାରୀ କୋଭିଡ୍‌ର ଉପଦ୍ରବ ବେଳେ ଭାରତୀୟ ଭେଷଜ କମ୍ପାନିମାନେ ବିଶ୍ବର ୧୫୦ ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇଥିଲେ ବୋଲି ମୋଦୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe