ମୋଦୀଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୨୬ ଲକ୍ଷ ବୃଦ୍ଧି ପାଇ ୨.୨୩ କୋଟି ଟଙ୍କାରେ ପହଞ୍ଚିଲା

Advertisment
ରୋଜଗାର ମେଳାରେ ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ୨୦୨୧ ମସିହା ମାର୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସଂପତ୍ତି ୧,୯୭, ୬୮,୮୮୫ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୨ ମାର୍ଚ ଶେଷ ସୁଦ୍ଧା ୨,୨୩, ୮୨,୫୦୪ରେ ପହଞ୍ଚିଛି। ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମୋଦୀ ଗୁଜୁରାଟରେ ଥିବା ତାଙ୍କ ପୈତୃକ ସଂପତ୍ତିର ବାଣ୍ଟକୁ ଦାନ କରିବା ପରେ ତାଙ୍କ ନାମରେ କୌଣସି ସ୍ଥାବର ସଂପତ୍ତି ନାହିଁ। ମୋଦୀଙ୍କ ନାମରେ ଥିବା ସ୍ଥାବର ସଂପତ୍ତି ସ୍ଥାନରେ ‘ନିଲ୍‌’ ଲେଖାଯାଇଛି।

ମୋଦୀ ୨୦୦୨ ମସିହାରେ କିଣିଥିବା ଉକ୍ତ ସଂପତ୍ତିରେ ତାଙ୍କର ଏକ ଚତୁର୍ଥାଂଶ ଭାଗ ଥିଲା। ଯାହାର ବଜାର ଦର ଥିଲା ୧.୧୦ କୋଟି। ମୋଦୀଙ୍କ ଅସ୍ଥାବର ସଂପତ୍ତିରେ ରହିଛି ୩୫,୨୫୦ ଟଙ୍କା(ନଗଦ), ଗତ ଥର ତାଙ୍କ ନିକଟରେ ନଗଦ ଟଙ୍କା ୩୬,୯୦୦। ୨୦୨୧ରେ ମୋଦୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧,୫୨,୪୮୦ ଟଙ୍କା ଥିବା ବେଳେ ଏବର୍ଷ ହ୍ରାସ ପାଇଁ ୪୬,୫୫୫ ଟଙ୍କାରେ ପହଞ୍ଚିଛି।

୨୦୨୧ ମସିହାରେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଜାତୀୟ ସଂଚୟ ପ୍ରମଣପତ୍ର(ନେସ୍‌ନାଲ୍‌ ସେଭିଂସ୍‌ ସାର୍ଟିଫିକେଟ୍‌)ରେ ୮.୯ ଲକ୍ଷ, ଜୀବନ ବୀମାରେ ୧.୫ ଲକ୍ଷ ଓ ୨୦୧୨ରେ କିଣିଥିବା ଏଲ୍‌ଆଣ୍ଡ୍‌ଟି ବଣ୍ଡ୍‌ରେ ୨୦ ହଜାର ଟଙ୍କା ବିନିଯୋଗ କରିଛନ୍ତି। ଏହା ବ୍ୟତୀତ ତାଙ୍କ ନିକଟରେ ଅଛି ୪ଟି ସୁନା ମୁଦି, ଯାହାର ମୂଲ୍ୟ ରହିଛି ୧.୪୮ ଲକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe