କାଠଗଡ଼ାରେ ମୋଦୀଙ୍କ ଲୋକପ୍ରିୟତା : ଦିଲ୍ଲୀରେ ନାଗରିକତା ଆଇନ, ରାମ ମନ୍ଦିର ଓ ଦେଶପ୍ରେମ ପ୍ରସଙ୍ଗ କାମ ଦେବ ତ ?

Advertisment
ନାଗରିକତା ଆଇନ ବିରୋଧୀ ଆନ୍ଦୋଳନ ପଛରେ ରାଜନୀତି ରହିଛି, ଏହା ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଉଦ୍ଦିଷ୍ଟ : ମୋଦୀ

image credit : BJP for India

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାର ଏକ ବଡ ପରୀକ୍ଷା ହେବ  ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  । ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ଦେଶରେ ଏହା ପ୍ରଥମ ନିର୍ବାଚନ । ତେଣୁ ଦିଲ୍ଲୀବାସୀ ମୋଦୀ ସରକାରଙ୍କ ଏହି ଆଇନକୁ କେତେ ଗ୍ରହଣ କରିଛନ୍ତି ତାହା ନିର୍ବାଚନ ଫଳାଫଳରୁ ଜଣାପଡିଯିବ । ଏଥିସହ ରାମ ମନ୍ଦିର ନିର୍ମାଣ ମଧ୍ୟ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଆଉ ଏକ ମୁଖ୍ୟ ପ୍ରସଙ୍ଗ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ବି ଏହାର ପ୍ରଭାବ ମହାରାଷ୍ଟ୍ର ଏବଂ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳି ନଥିଲା । ଏବେ ଦିଲ୍ଲୀ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା ରହିଛି।

ସାରା ଦେଶକୁ ଆନ୍ଦୋଳିତ କରିଥିବା ମୋଦୀ ସରକାରଙ୍କ ନୂଆ ନାଗରିକତା ଆଇନ୍ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟରେ ଏକ ବଡ଼ ନିର୍ବାଚନ ହୋଇଛି । ହୁଏତ, ଲୋକଙ୍କ ରାୟ ହିଁ ସ୍ପଷ୍ଟ କରିବ ନୂଆ ନାଗରିକତା ଆଇନକୁ ଦିଲ୍ଲୀବାସୀ କେତେ ଗ୍ରହଣ କରିଛନ୍ତି । ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରତିବାଦ । ବିଶେଷ କରି ଦିଲ୍ଲୀର ଛାତି ଉପରେ ଶାହିନ୍ ବାଗର ଆନ୍ଦୋଳନ ଏବଂ ଜାମିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭ, ଦିଲ୍ଲୀ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ କି? ଆଉ ଯଦି ଫଳାଫଳ ବିଜେପି ବିରୁଦ୍ଧରେ ଯାଏ, ତାହେଲେ ହୁଏତ ଧରି ନେବାକୁ ହେବ ଯେ, ଜନତାଙ୍କ ମନରେ ପରିବର୍ତ୍ତନ ଆସିଛି ।

publive-image New Indian Express

ଆଉ ଏହାରି ଭିତରେ ବିଜେପିର ବଡ଼ ପ୍ରସଙ୍ଗ ରାମ ମନ୍ଦିର ନିର୍ମାଣ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ବୋର୍ଡ ବି ଗଠନ ହୋଇଛି । ହେଲେ ପ୍ରଶ୍ନ ହେଉଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବ କି ? ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଠାରୁ ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ କଥା କହି ଭୋଟ୍ ମାଗି ଆସିଛି ବିଜେପି । ଆଉ ଯେତେବେଳେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ସେତେବେଳେ ସ୍ୱାଭାବିକ୍ ଭାବେ ପ୍ରଶ୍ନ ଉଠୁଛି, ଭୋଟ୍ ଆଣିବ ପାରିବ କି ଏହି ପ୍ରସଙ୍ଗ ?

୨୦୧୫ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭାର ମୋଟ୍ ୭୦ ଆସନରୁ ୬୭ ଆସନ ଜିତି ଉଭୟ ବିଜେପି ଓ କଂଗ୍ରେସକୁ ଧରାଶାୟୀ କରିଦେଇଥିଲା । ଆଉ ଏହି ଘଟଣା ଠିକ୍ ସେତିକି ବେଳେ ଘଟିଥିଲା, ଯେତେବେଳେ ବିଜେପି ୨୦୧୪ରେ ସାରା ଦେଶରେ ବିପୁଳ ଭୋଟ୍ ପାଇ କ୍ଷମତାକୁ ଆସିଥିଲା । ଏହାରି ଭିତରେ ପ୍ରାୟ ୨୨ବର୍ଷ ହେଲା ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ସଂଘର୍ଷ କରୁଛି ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe