ଆଦାନି ପାଇଁ ଶ୍ରୀଲଙ୍କାରେ ମୋଦୀଙ୍କ ଚାପ!

Advertisment

ଅଭିଯୋଗ ଆଣିଥିବା ଅଧିକାରୀଙ୍କ ଇସ୍ତଫା

ଅଭିଯୋଗ ଆଣିଥିବା ଅଧିକାରୀଙ୍କ ଇସ୍ତଫା

ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନି ଗ୍ରୁପ୍‌କୁ ପ୍ରକଳ୍ପ ଦେବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ‌ଗୋଟାବାୟ ରାଜପକ୍ଷଙ୍କୁ ଏ ନେଇ ମୋଦୀ କହିଥିଲେ। ରାଜପକ୍ଷ ମୋଦୀଙ୍କ ଚାପରେ ଏହି ପ୍ରକଳ୍ପ ଆଦାନି ଗ୍ରୁପକୁ ଦେଇଥିଲେ। ଶ୍ରୀଲଙ୍କାର ସିଲୋନ୍ ବିଦ୍ୟୁତ୍ ବୋର୍ଡର ଅଧ୍ୟକ୍ଷ ଏମଏମସି ଫର୍ଡିନାଣ୍ଡୋ ନିକଟରେ ଏହି ଅଭିଯୋଗ ଆଣିଥିଲେ। ତେବେ ଅଭିଯୋଗ ଆଣିଥିବା ଅଧିକାରୀ ଜଣଙ୍କ ଆଜି ଚାକିରିରୁ ଇସ୍ତଫା ଦେଇଛନ୍ତି।

ଅଧିକାରୀ ଜଣକ ଗତ ଶୁକ୍ରବାର ସଂସଦୀୟ କମିଟିର ଶୁଣାଣି ସମୟରେ ଏ ପ୍ରକାର ଗୁରୁତର ଅଭିଯୋଗ ଆଣିଥିଲେ। ଅଧିକାରୀଙ୍କର ଉକ୍ତ ବୟାନ ଟ୍ବିଟରରେ ଭାଇରାଲ ହୋଇଛି। ସେ କହିଥିଲେ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ପରେ ରାଷ୍ଟ୍ରପତି ତାଙ୍କୁ ଡାକିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ଯେଉଁ ମାନାର ଜିଲ୍ଲାର ୫୦୦ ମେଗାୱାଟ୍‌ ବିଶିଷ୍ଟ ପବନ ଶକ୍ତି ପ୍ରକଳ୍ପକୁ ଆଦାନି ଗ୍ରୁପକୁ ଦେବାପାଇଁ ତାଙ୍କ ଉପରେ ଚାପ ପକାଇବା ବିଷୟ କହିଥିଲେ। ଏହା ପରେ ସେ କହିଥିଲେ ଉକ୍ତ ପ୍ରକଳ୍ପ ସହିତ ତାଙ୍କର କୌଣସି ସଂପର୍କ ନାହିଁ। ବରଂ ନିବେଶ ବୋର୍ଡର ଏହା କାର୍ଯ୍ୟ। ତେବେ ସେ ଜିଦ୍‌ ଧରିଥିଲେ ଯେ ସେ ନିଜେ ଏହି କାର୍ଯ୍ୟ ଦେଖନ୍ତୁ। ଏହାପରେ ସେ ଏକ ଚିଠି ଲେଖିଥିଲେ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ‌ଚିଠି ଲେଖି ଅର୍ଥ ସଚିବଙ୍କୁ ଆବଶ୍ୟକ ପଦକ୍ଷେପ ନେବାଲାଗି କହିଥିଲେ। ଏହା ସରକାର ଓ ସରକାରଙ୍କ ମଧ୍ୟରେ ରାଜିନାମା ବୋଲି ସେ ଉଲ୍ଲେଖ କରିଥିଲେ। ଏଭଳି ବିବୃତି ଦେବାର ୩ ଦିନ ପରେ ଅଧିକାରୀ ଜଣକ ଚାକିରି ଛାଡ଼ି ଦେଇଛନ୍ତି। ରବିବାର ରାଷ୍ଟ୍ରପତି ରାଜପକ୍ଷ ମଧ୍ୟ ଟ୍ବିଟରରେ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ଏହାପରେ ଫର୍ଡିନାଣ୍ଡୋ ତାଙ୍କ ବିବୃତି ପ୍ରତ୍ୟାହାର କରିନେଇଥିଲେ। ସଂସଦୀୟ କମିଟି ସମ୍ମୁଖରେ ସେ ଭାବବିହ୍ବଳ ହୋଇ ଏଭଳି କହିଥିଲେ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe