ବିରୋଧୀଙ୍କ ସମାଲୋଚନା ମଧ୍ୟରେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ବିରୋଧୀଙ୍କ ସମାଲୋଚନା ମଧ୍ୟରେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଚତୁର୍ଥ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ସାମ୍ପ୍ରତିକ କ‌ୋଭିଡ୍‌-୧୯ ପରିସ୍ଥିତିରେ ଏହା ହେଉଛି ଦେଶର ଦ୍ବିତୀୟ କାଗଜରହିତ ବଜେଟ୍‌। ତେବେ ବଜେଟ ଉପସ୍ଥାପନ ବିରୋଧୀ ଏହାକୁ ସମାଲୋଚନା କରୁଥିବା‌ ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେ କହିଛନ୍ତି ଯେ, ଏହି ବଜେଟ୍ ଲୋକଙ୍କ ପାଇଁ ନୂତନ ଆଶା ଏବଂ ସୁଯୋଗ ଆଣିବ। ଏହା ଅର୍ଥନୀତିକୁ ମଜବୁତ କରିବ। ଏହି ବଜେଟ 'ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ଚାକିରି'ର ସୁଯୋଗ ସୃଷ୍ଟି କରିବ। ଏହି ବଜେଟ୍ ଯୁବକଯୁବତୀମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ ନିଶ୍ଚୟ। 'ଲୋକଙ୍କ ପାଇଁ ଅନୁକୂଳ ଏବଂ ପ୍ରଗତିଶୀଳ ବଜେଟ୍' ଆଣିଥିବାରୁ ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଉଛି। ତେବେ ଆସନ୍ତାକାଲି ଦିନ ୧୧ଟାରେ ସେ ଆଜି ଉପସ୍ଥାପନ କରାଯାଇଥିବା ବଜେଟ ଉପରେ ନିଜର ସବିଶେଷ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ପ୍ରଧାନମନ୍ତ୍ରୀ ବଜେଟର ପ୍ରଶଂସା କରିଥିଲେ ବି ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ବଜେଟରେ ବେତନଭୋଗୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ ଶ୍ରେଣୀ ଓ ଯୁବକଯୁବତୀମାନଙ୍କୁ କୌଣସି ଲାଭ ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe