ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସମାଲୋଚକଙ୍କୁ ମୋଦୀଙ୍କ ଜବାବ: ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଉଦ୍‌ଘାଟନ

Advertisment
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ସମାଲୋଚକଙ୍କୁ ମୋଦୀଙ୍କ ଜବାବ: ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଉଦ୍‌ଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ସମାଲୋଚନାକାରୀଙ୍କୁ କଡ଼ା ଜବାବ ଦେବା ସହ ଏହି ପଦକ୍ଷେପ ପଛରେ ‘ଇଜ୍ ଅଫ୍ ଲିଭିଂ’ ଓ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍‌’ କାମ କରୁଛି ବୋଲି କହିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଶସ୍ତ୍ର ସେନାର ୭୦୦୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ପାଇଁ କସ୍ତୁରବା ଗାନ୍ଧୀ ମାର୍ଗ ଓ ଆଫ୍ରିକା ଆଭେନ୍ୟୁଠାରେ ବହୁତଳ ଅତ୍ୟାଧୁନିକ ଅଫିସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଆଜି ସ୍ବାଧୀନତାର ୭୫ତମ ବର୍ଷରେ ଦେଶର ଆବଶ୍ୟକତା ଦୃଷ୍ଟିରୁ ରାଜଧାନୀର ଉନ୍ନତିକରଣ ପାଇଁ ଆମେ ଆଉ ଏକ ପଦକ୍ଷେପ ନେଉଛୁ। ଏହି ନୂତନ ଭବନ ଆମ ପ୍ରତିରକ୍ଷା ବିଭାଗର କାର୍ଯ୍ୟକୁ ଆହୁରି ସୁଗମ କରିବ। ଦେଶର ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ଅଞ୍ଚଳ (ଡିଫେନ୍ସ କନକ୍ଲେଭ୍) ସୃଷ୍ଟି କରିବାରେ ଏହା ବଡ଼ ପଦକ୍ଷେପ ବୋଲି ମୋଦୀ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁମାନେ ଆଜି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ବିରୋଧ କରୁଛନ୍ତି, ସେମାନେ କୁଡ଼ିଆଭଳି ଘରେ କାମ କରୁଥିବା ପ୍ରତିରକ୍ଷା କର୍ମଚାରୀଙ୍କ ଅସୁବିଧା କ’ଣ ବୁଝିବେ? ଯେତେବେଳେ ଆମେ ରାଜଧାନୀର କଥା କହୁ ସେତେବେଳେ ଏହା କେବଳ ଏକ ନଗରୀ ନୁହେଁ। ଯେକୌଣସି ଦେଶର ରାଜଧାନୀ ସେହି ଦେଶର ଚିନ୍ତନ, ପ୍ରତିବଦ୍ଧତା, ଶକ୍ତି ଓ ସଂସ୍କୃତିର ପ୍ରତୀକ ହୋଇଥାଏ। ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ରାଜଧାନୀ ସେମିତି ହେବା ଦରକାର ଯେମିତି ଏହାର କେନ୍ଦ୍ରୀୟ ଫୋକସ୍ ଜନସାଧାରଣଙ୍କ ଉପରେ ରହିବ । ହାଉସିଂ ଆଣ୍ଡ୍ ଅର୍ବାନ୍ ଆଫେୟାର୍ସ ବିଭାଗ ଦ୍ବାରା ନିର୍ମିତ ଭବନଦ୍ବୟରେ ୯.୬ ଲକ୍ଷ ବର୍ଗଫୁଟ୍‌ର ଅଫିସ୍ ସ୍ପେସ୍ ରହିଛି। ଦେଶ ପାଇଁ ଆଧୁନିକ ଭିତ୍ତିଭୂମି ଏକାନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe