ନୂଆଦିଲ୍ଲୀ:   ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ରାତିରେ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୨ ମସିହାରେ ଉପରାଷ୍ଟ୍ରପତି ହୋଇଥିବା ଧନଖଡ଼ଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା, ତେଣୁ ସେ ଦେଶର ତୃତୀୟ ଉପରାଷ୍ଟ୍ରପତି ହୋଇଛନ୍ତି ଯିଏ ତାଙ୍କର କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି। ତାଙ୍କ ପୂର୍ବରୁ କୃଷ୍ଣକାନ୍ତ ଏବଂ ଭିଭି ଗିରି ଉପରାଷ୍ଟ୍ରପତି ଭାବରେ ସେମାନଙ୍କର କାର୍ଯ୍ୟକାଳ ମଧ୍ୟ ପୂରଣ କରିପାରି ନଥିଲେ।

Advertisment

ଏହି ସମସ୍ତ ଆଲୋଚନା ମଧ୍ୟରେ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଦାବି କରାଯାଉଛି ଯେ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫାର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଲେଖାଯାଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପୂର୍ବରୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରେ ନେତାଙ୍କ ଭିଡ଼ ଜମିଥିଲା।  ବିଜେପି ସାଂସଦଙ୍କୁ   ଏକ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ସୋମବାର ସନ୍ଧ୍ୟାରେ ସଂସଦରେ ରାଜନାଥ ସିଂହଙ୍କ କାର୍ଯ୍ୟାଳୟ ବାହାରେ  ନେତାଙ୍କ ଭିଡ଼ ଜମି ଥିଲା ଏବଂ ବୈଠକର  ଜାରି ରହିଥିଲା।  ରିପୋର୍ଟ ଅନୁଯାୟୀ, ବିଜେପି ସାଂସଦମାନେ ରାଜନାଥଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ କିଛି ନକହି ବାହାରକୁ ଆସିଥିଲେ।  ତେବେ ବୈଠକରେ  ସାଦା କାଗଜରେ ଦସ୍ତଖତ କରିବାକୁ  ସାଂସଦଙ୍କୁ ବାଧ୍ୟ କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସଂସଦର କାର୍ଯ୍ୟଧାରା ମଝିରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ବ୍ୟବସାୟ ପରାମର୍ଶଦାତା କମିଟି (ବିଏସି)ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ ଶାସକ ଦଳର ପ୍ରତିନିଧି ଭାବରେ ଏଥିରେ ଯୋଗ ଦେଇଥିଲେ। ମୁରୁଗାନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ପରବର୍ତ୍ତୀ ଦିନ ଅର୍ଥାତ୍ ମଙ୍ଗଳବାର ପାଇଁ ବୈଠକ ପୁନଃନିର୍ଦ୍ଧାରିତ କରିବାକୁ ଅନୁରୋଧ କରିଥିଲେ।

ଅଧିକ ପଢ଼ନ୍ତୁ: ଧନଖଡ଼ଙ୍କ ପରେ କିଏ ? ଉପରାଷ୍ଟ୍ରପତି ପଦ ପାଇଁ ଖାଲି ନୀତୀଶ ନୁହେଁ ଏମାନଙ୍କ ନାଁ ବି ହେଉଛି ଚର୍ଚ୍ଚା..

ବିଏସି ବୈଠକରେ ରାଜ୍ୟସଭାରେ ଗୃହ ନେତା ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଅନୁପସ୍ଥିତି ଯୋଗୁ ଜଗଦୀପ ଧନଖଡ଼ କ୍ଷୁବ୍ଧ ହୋଇଥିବା କୁହାଯାଉଛି। ପୂର୍ବ ଦିନ ବ୍ୟବସାୟ ପରାମର୍ଶଦାତା କମିଟି ଦୁଇଥର ବୈଠକ କରିଥିଲେ, କିନ୍ତୁ କୌଣସି ଫଳାଫଳ ମିଳିପାରିଲା ନାହିଁ।

ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ଏବେ ବିଏସି ବୈଠକରେ ଯୋଗ ନଦେବା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, 'ମୁଁ ଏବଂ କିରେନ ରିଜିଜୁ ଉପରାଷ୍ଟ୍ରପତିଙ୍କ ଦ୍ୱାରା ଅପରାହ୍ନ ୪.୩୦ ରେ ଡକାଯାଇଥିବା ବୈଠକରେ ଯୋଗ ଦେଇ ନଥିଲୁ କାରଣ ଆମେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିଲୁ, ଯାହାର ପୂର୍ବ ସୂଚନା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: କୋଟିଆରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

ନଡ୍ଡା 'ରେକର୍ଡ'ରେ ଥିବା ତାଙ୍କର ବକ୍ତବ୍ୟକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି , ଏହା ସହିତ ମୁଁ ରାଜ୍ୟସଭାରେ ଯାହା କହିଥିଲି ଯେ, ମୁଁ ଯାହା କହିବି ତାହା ରେକର୍ଡରେ ରହିବ, ଏହା ବିରୋଧୀ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଯେଉଁମାନେ ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହା ଅଧ୍ୟକ୍ଷଙ୍କ ପାଇଁ  ନଥିଲା।

 pm-narendra-modi | JP Nadda | RajnathSing  jagdeep-dhankhar