ଆଜି ମୋଦୀଙ୍କ ଶପଥଗ୍ରହଣ, ଓଡ଼ିଶାରୁ ୩ ଜଣ ସ୍ଥାନ ପାଇପାରନ୍ତି

Advertisment
ଆଜି ମୋଦୀଙ୍କ ଶପଥଗ୍ରହଣ, ଓଡ଼ିଶାରୁ ୩ ଜଣ ସ୍ଥାନ ପାଇପାରନ୍ତି

ନୂଆଦିଲ୍ଲୀ : ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ନୂଆ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ, କିଏ ବାଦ୍‌ ପଡ଼ିବେ କିମ୍ବା କେଉଁ ନୂଆ ମୁହଁକୁ ସୁ‌ଯୋଗ ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଓଡ଼ିଶାରୁ ଏଥର ୩ ଜଣ ସାଂସଦ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଜୋରଦାର ଚର୍ଚା ଚାଲିଛି।

ଓଡ଼ିଶାର ୨୧ ‌‌ଲୋକସଭା ଆସନରୁ ବିଜେପି ୨୦୧୪‌ରେ ମାତ୍ର ଗୋଟିଏ ଆସନରେ ବିଜୟ ହାସଲ କରିଥିବା ବେଳେ ଏଥର ବିଜେପିର ଆସନ ସଂଖ୍ୟା ୧ରୁ ୮କୁ ବୃଦ୍ଧି ପାଇଛି। ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳ‌ରେ ଓଡ଼ିଶାରୁ ଏଥର ପ୍ରତିନିଧିତ୍ବ ବୃଦ୍ଧି ପାଇବ ବୋଲି କୁହାଯାଉଛି। ୨୦୧୪ରେ ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ମନ୍ତ୍ରିମଣ୍ଡଳରେ ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିଲା। ଏଥର ଜୁଏଲ୍‌ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି।

ଏହାଛଡ଼ା ଆଉ ଜଣେ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି। ଏହାକୁ ନେଇ ଯେଉଁ ସାଂସଦମାନଙ୍କ ନାମ ଚର୍ଚାରେ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରରୁ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଏବଂ ସୁରେଶ ପୂଜାରୀ। ଅପରାଜିତାଙ୍କୁ ନୂଆ ସରକାରରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଜଣେ ଟାଣୁଆ ନେତା ସୁରେଶ ପୂଜାରୀ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ‌ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe