The Week
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଦିନେ ଗୁଜରାଟର ବଡ଼ନଗର ରେଳ ଷ୍ଟେସନରେ ଲୋକଙ୍କୁ ଚା’ ବିକୁଥିଲେ। ବାପାଙ୍କ ସହିତ ମିଶି ସେ ଏହି କାମ କରୁଥିଲେ। ଆଜି ପୁଣି ଏହି ଷ୍ଟେସନ ମୋଦୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି। ରେଳ ବିଭାଗ ପକ୍ଷରୁ ଉକ୍ତ ଷ୍ଟେସନକୁ ଐତିହ୍ୟ ରୂପ ଦିଆଯାଇ ଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଛନ୍ତି।
Zee News୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ବଡ଼ନଗରରେ ଜନ୍ମ ହୋଇଥିଲେ। ୬ ଭାଇ ଭଉଣୀଙ୍କ ମଧ୍ୟରେ ମୋଦୀ ଥିଲେ ତୃତୀୟ। ତାଙ୍କ ବାପା ସେହି ଷ୍ଟେସନରେ ଚା ବିକ୍ରି କରୁଥିଲେ। ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ମୋଦୀ ତାଙ୍କ ବାପାଙ୍କୁ ବ୍ୟବସାୟରେ ନିୟମିତ ଭାବେ ସାହାଯ୍ୟ କରି ଆସୁଥିଲେ। ଷ୍ଟେସନରେ ଯେତେବେଳେ ଟ୍ରେନ ଅଟକୁ ଥିଲା ମୋଦୀ ସେତେବେଳେ ଗ୍ରାହକଙ୍କ ନିକଟରେ ଚା’ ପହଞ୍ଚାଉଥିଲେ। ଅକ୍ଷୟ କୁମାରଙ୍କ ସହିତ ଏକ ସାକ୍ଷାତକାର ଅବସରରେ ମୋଦୀ କହିଥିଲେ ସେହି ଷ୍ଟେସନରେ ଲୋକଙ୍କୁ ବୁଝିପାରିବା ସୁଯୋଗ ତାଙ୍କ ପାଇଁ ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ଡରାଉଥିଲେ ତ ଆଉ କିଛି ଲୋକ ତାଙ୍କୁ ବୁଝାଉଥିଲେ। ମାଲଗାଡ଼ିରେ ମୁମ୍ବାଇରୁ ବ୍ୟବସାୟୀ ଆସୁଥିଲେ। ସେମାନଙ୍କୁ ଚା’ ପିଆଇବା ସମୟରେ କଥାବାର୍ତ୍ତା କରି କରି ସେ ହିନ୍ଦୀ ଶିଖି ଯାଇଥିଲେ।
ପିଲାଦିନୁ ମୋଦୀ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛନ୍ତି। ଜୋତାକୁ ସଫା ରଖିବା ପାଇଁ ପଲିସ୍ କିଣିବା ଲାଗି ମଧ୍ୟ ତାଙ୍କ ପାଖରେ ଅର୍ଥ ନଥିଲା। ଏଥିପାଇଁ ସେ ବିଦ୍ୟାଳୟରେ ବଳି ପଡ଼ିଥିବା ଚକ୍କୁ ପାଣିରେ ବୁଡ଼ାଇ ଜୋତା ପଲିସ୍ କରୁଥିଲେ। ମୋଦୀ ସେନାରେ ଭର୍ତ୍ତି ହେବା ପାଇଁ ପିଲାଦିନେ ସ୍ବପ୍ନ ଦେଖିଥିଲେ। ଜାମନଗରଠାରେ ଥିବା ସୈନିକ ସ୍କୁଲରେ ପଢ଼ିବା ପାଇଁ ଆଗ୍ରହ ତାଙ୍କର ରହିଥିଲା। କିନ୍ତୁ ପରିବାର ନିକଟରେ ଅର୍ଥ ନଥିବାରୁ ସେ ସେଠାରେ ପଢ଼ି ପାରିନଥିଲେ।
Follow Us