Image Courtesy of India Today
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ୩ ଦିନିଆ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ରହିବେ। ଜର୍ମାନୀ ଏବଂ ୟୁଏଇ ଗସ୍ତ ଅବସରରେ ମୋଦୀ ୧୨ରୁ ଊର୍ଦ୍ଧ୍ବ ବିଶ୍ବ ନେତାଙ୍କ ସହ ବୈଠକ କରିବେ ଏବଂ ୧୫ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଜୁନ୍ ୨୬ ଏବଂ ୨୭ରେ ମୋଦୀ ଜର୍ମାନୀରେ ରହିବେ। ଜୁନ୍ ୨୬ ଏବଂ ୨୭ରେ ଜର୍ମାନୀରେ ଜି-୭ ସମ୍ମିଳନୀ ଅଛି। ଜୁନ୍ ୨୮ରେ ମୋଦୀ ୟୁଏଇ ଗସ୍ତ କରିବେ। ଜର୍ମାନୀ ଗସ୍ତ ଅବସରରେ ମୋଦୀ ଜି୭ ବୈଠକ ସହ କିଛି ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକରେ ମଧ୍ୟ ଯୋଗଦେବେ। ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, ମୋଦୀ ଜି-୭ ନେତାମାନଙ୍କ ସହ ପୃଥକ ବୈଠକ କରିବେ ଏବଂ ବୈଠକ ଅବସରରେ ନିମନ୍ତ୍ରିତ ଅନ୍ୟ ରାଷ୍ଟ୍ର ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ। ଭାରତ ସହିତ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ୍ ଏବଂ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଅତିଥି ଭାବେ ସମ୍ମିଳନୀ ପାଇଁ ଆମନ୍ତ୍ରଣ କରାଯାଇଛି। ମୋଦୀ ମଧ୍ୟ ମୁନିଚରେ ପ୍ରବାସୀ ଭାରତୀୟଙ୍କର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। କରୋନା ମହାମାରୀ ପରେ ଏହା ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେବ ବୋଲି ଅନୁମାନ କରାଯାଇଛି। ଜୁନ୍ ୨୮ରେ ୟୁଏଇ ଗସ୍ତ ଅବସରରେ ମୋଦୀ କେତେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସଂପାଦନ କରିବେ।
Follow Us