ଖରାପ ପାଗ ଯୋଗୁଁ ମୋଦୀଙ୍କ ଉତ୍ତରପ୍ରଦେଶ ରୢାଲି ବାତିଲ: ଭର୍ଚୁଆଲ ଭାବେ ଉଦ୍‌ବୋଧନ ଦେଲେ

ପ୍ରଧାନମନ୍ତ୍ରୀଙ୍କୁ ଜୟନ୍ତ ଚୌଧୁରୀଙ୍କ କଟାକ୍ଷ, ହଠାତ ବିଜେପିର ପାଗ ଖରାପ୍‌ ହୋଇଗଲା

ଜାଣନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ...

Image Courtesy of India Today

ବିଜ୍‌ନୋର: ଉତ୍ତରପ୍ରଦେଶର ବି‌ଜ୍‌ନୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୢାଲି ଖରାପ୍‌ ପାଗ ଯୋଗୁଁ ଆଜି ବାତିଲ ହୋଇଯାଇଛି। ବର୍ଦମାନ କଲେଜ୍‌ରେ ମୋଦୀଙ୍କ ରୢାଲି ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ଖରାପ୍‌ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ରୢାଲି ବାତିଲ ହୋଇଛି। ମୋଦୀ ଆଜି ଅପରାହ୍ନରେ ଭର୍ଚୁ୍ଆଲ୍‌ ମୋଡ୍‌ରେ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ବିଜ୍‌ନୋରରେ ୮ଟି ବିଧାନସଭା ଆସନ ଅଛି। ଏଥି ମଧ୍ୟରୁ ୫ଟି ଏବେ ବିଜେପି ପାଖରେ ଏବଂ ବାକି ୩ଟି ଆସନ ସମାଜବାଦୀ ପାର୍ଟି (ସପା) ପାଖରେ ଅଛି।

ଭର୍ଚୁଆଲ ଉଦ୍‌ବୋଧନ ଦେବା ସମୟରେ ମୋଦୀ ସମାଜବାଦୀ ପାର୍ଟି ଉପରେ ପ୍ରବଳ ବର୍ଷିଛନ୍ତି। ମୋଦୀ କହିଛନ୍ତି, ନକଲି ସମାଜବାଦୀର ବଂଶବାଦ ନୀତି ଯୋଗୁଁ ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶରେ ବିକାଶର ନଦୀ ଅଟକି ଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ଯୋଗୀ ସରକାର ବିନା ବାଛ ବିଚାରରେ ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାମ କରିଛନ୍ତି ବୋଲି ମୋଦୀ କହିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବିଜ୍‌ନୋର ରୢାଲି ଆଜି ଶେଷ ମୁହୂର୍ତ୍ତରେ ଖରାପ୍‌ ପାଗ ଯୋଗୁଁ ବାତିଲ ହୋଇଯିବାରୁ ଏହି ପ୍ରସଙ୍ଗରେ ସପା ସୁପ୍ରିମୋ ଅଖିଳେଶଙ୍କ ମେଣ୍ଟ ସହଯୋଗୀ ଜୟନ୍ତ ଚୌଧୁରୀ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ପୂର୍ବରୁ ବିଜ୍‌ନୋରରେ ଉତ୍ତମ ବିଦ୍ୟୁତ ଏବଂ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲା। ସେହି ପ୍ରତିଶ୍ରୁତି ପୂରଣ କରିପାରିନି। ପ୍ରଧାନମନ୍ତ୍ରୀ ଯଦି ବିଜ୍‌ନୋର ଆସିଥାନ୍ତେ ଲୋକମାନେ ତାଙ୍କୁ ଏନେଇ ପ୍ରଶ୍ନ କରିଥାନ୍ତେ। ତେଣୁ ହଠାତ୍‌ ବିଜେପିର ପାଣିପାଗ ବିଗିଡ଼ିଗଲା। ବିଜେପି ମୋଦୀଙ୍କ ରୢାଲି ବାତିଲ କରିବାପରେ ଜୟନ୍ତ ଚୌଧୁରୀ ଆଜି ପାଣିପାଗ ଆପ୍‌ର ଏକ ସ୍କ୍ରିନସଟ୍‌ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି, ବିଜ୍‌ନୋରରେ ଆଜି ସୂର୍ଯ୍ୟ ଚମକୁଛି। କିନ୍ତୁ ବିଜେପିର ପାଗ ଖରାପ୍‌ ହୋଇଯାଇଛି। ଯୋଗୀ ଅନ୍ୟ ଦଳ ମାନଙ୍କୁ ଥଣ୍ଡା କରିଦେବେ ବୋଲି କହିଥିବାରୁ ଜାଟ୍‌ ନେତାମାନେ ତାଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe