ଗୁଜରାଟରେ ମୋଦୀଙ୍କ ବିଜୟ ଶୋଭାଯାତ୍ରା

୨୦୨୨ ଗୁଜରାଟ ନିର୍ବାଚନ ପାଇଁ ଆଲୋଚନା, ବାଜିଲା ନିର୍ବାଚନ ବିଗୁଲ୍‌!

ଗୁଜରାଟରେ ମୋଦୀଙ୍କ ବିଜୟ ଶୋଭାଯାତ୍ରା

ଅହମଦାବାଦ : ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଶୁୁକ୍ରବାର ଦିନ ଗୁଜରାଟରେ ବିଜୟ ଶୋଭାଯାତ୍ରା କରିଛନ୍ତି। ମୋଦୀ ଗୁରୁବାରଠାରୁ ୨ ଦିନ ପାଇଁ ତାଙ୍କ ଗୃହ ରାଜ୍ୟ ଗସ୍ତରେ ଅଛନ୍ତି। ଅହମଦାବାଦ ବିମାନବନ୍ଦରରୁ ଗାନ୍ଧୀନଗର ସ୍ଥିତ ବିଜେପି ମୁଖ୍ୟାଳୟ କମଲମ୍‌ ପର୍ଯ୍ୟନ୍ତ ମୋଦୀ ୯ କିମି ବାଟ ବିଜୟ ଶୋଭାଯାତ୍ରା କରିଛନ୍ତି। ୪ ରାଜ୍ୟରେ ବିଜୟ ପରେ ମୋଦୀ ଗୁଜରାଟରେ ବିଶାଳ ରୋଡ୍‌ସୋ’ ସହ ନିର୍ବାଚନ ବିଗୁଲ୍‌ ବଜାଇଛନ୍ତି ବୋଲି କୁହାଯାଉଛି।

ମୋଦୀ ବିଜୟ ଶୋଭାଯାତ୍ରା କରି ଯାଉଥିବାବେଳେ ଲୋକମାନେ ‘ଜୟ ଶ୍ରୀ ରାମ’, ‘ଭାରତ ମାତା କି ଜୟ’ ଏବଂ ‘ମୋଦୀ, ମୋଦୀ’ ସ୍ଲୋଗାନ୍‌ ଦେଇଥିଲେ। କିଛି ଗୋଷ୍ଠୀ ମଧ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ କରି ମୋଦୀଙ୍କୁ ସ୍ବାଗତ କରିଥିଲେ। ୨ ଦିନିଆ ଗସ୍ତ ଅବସର‌ରେ ମୋଦୀ ଅହମଦାବାଦ ଷ୍ଟାଡିୟମ୍‌ରେ ‘ଖେଳ ମହାକୁମ୍ଭ’ କ୍ରୀଡ଼ା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଅଛି। ୪ ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିବାପରେ ଏବେ ବିଜେପିର ପରବର୍ତ୍ତୀ ମିସନ୍‌ ଗୁଜରାଟ। ମୋଦୀ ଆଜି ବିଜେପି ମୁଖ୍ୟାଳୟ‌ରେ ପହଞ୍ଚିବାପରେ ବିଜେପି ନେତାମାନଙ୍କ ସହ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe