ମୋଦୀଙ୍କ ଆମେରିକା ଗସ୍ତ: ୬୫ ଘଣ୍ଟାରେ ୨୪ ବୈଠକ

ମୋଦୀଙ୍କ ଆମେରିକା ଗସ୍ତ: ୬୫ ଘଣ୍ଟାରେ ୨୪ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଅତ୍ୟନ୍ତ ଫଳପ୍ରଦ ରହିଛି। ୬୫ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୪ଟି ବୈଠକରେ ଯୋଗଦେଇଛନ୍ତି। ଏଥିରେ ୪ଟି ଦୀର୍ଘ ଏବଂ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି। ଏପରିକି ମୋଦୀ ଆମେରିକାକୁ ଯିବା ଏବଂ ଫେରିବା ସମୟରେ ମଧ୍ୟ ବିମାନରେ ଏକାଧିକ ‌ଅଫିସ ଫାଇଲ୍‌ରେ ଦସ୍ତଖତ କରି ସମୟର ସଦୁପଯୋଗ କରିଛନ୍ତି। ଗସ୍ତଗୁଡ଼ିକୁ ଯଥାସମ୍ଭବ ବିଷୟଭିତ୍ତିକ ଏବଂ ଫଳପ୍ରଦ କରିବା ପାଇଁ ମୋଦୀ ଗୁରୁତ୍ବ ଦେଇ ଆସୁଛନ୍ତି। ତାଙ୍କର ଏହି ମନ୍ତ୍ର ଆମେରିକା ଗସ୍ତ ବେଳେ ମଧ୍ୟ ସଫଳ ହୋଇଛି। ଆମେରିକାକୁ ଯିବାବେଳେ ମୋଦୀ ବିମାନରେ ଗତ ୨୨ ତାରିଖରେ ଦୁଇଟି ବୈଠକ କରିଥିଲେ। ଏଥିରେ ଆମେରିକା ଗସ୍ତ ସମୟରେ ତାଙ୍କର କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ ଅଧିକାରୀମାନେ ମୋଦୀଙ୍କୁ ଅବଗତ କରାଇଥିଲେ।

ଆମେରିକାରେ ପହଞ୍ଚିବା ପରେ ୱାସିଂଟନଠାରେ ହୋଟେଲରେ ୩ଟି ବୈଠକ କରିଛନ୍ତି। ସେପ୍ଟେମ୍ବର ୨୩ରେ ଆମେରିକାର ସିଇଓମାନଙ୍କ ସହିତ ୫ଟି ପୃଥକ୍ ବୈଠକ ପ୍ରଧାନମନ୍ତ୍ରୀଙ୍କର ହୋଇଛି। ତାହାପରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହିତ ମୋଦୀଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ୩ଟି ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେଇଛନ୍ତି। ୨୪ ତାରିଖରେ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ଏବଂ କ୍ବାଡ୍‌ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଭାରତୀୟ ଅଧିକାରୀଙ୍କ ସହିତ ୩ଟି ବୈଠକ କରିଥିଲେ। ୨୫ ତାରିଖରେ ମୋଦୀ ଭାରତକୁ ବିମାନରେ ଆସିବା ସମୟରେ ୨ଟି ବୈଠକ କରିଛନ୍ତି। ଭାରତରେ ପହଞ୍ଚିବା ପରେ ରବିବାର ମଧ୍ୟ ସେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଅପରାହ୍ଣ ୪ଟାରେ ବୈଠକ କରିଛନ୍ତି। ଆମେରିକାରୁ ତାଙ୍କ ବିମାନ ଭାରତକୁ ଆସିବାର କିଛି ସମୟ ପୂର୍ବରୁ ମୋଦୀ ଏକ ଟ୍ବିଟ୍ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଆମେରିକା ଗସ୍ତ ଉଭୟ ଦ୍ବିପାକ୍ଷିକ ଓ ବହୁପାକ୍ଷିକ ଦୃଷ୍ଟିରୁ ଫଳପ୍ରଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe