କ୍ବାଡ୍‌ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କ ଟୋକିଓ ଗସ୍ତ: ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ

Advertisment
୨୦୨୩ରେ ମୋଦୀ-ବାଇଡେନ ୫ ଥର ପରସ୍ପରକୁ ଭେଟିବେ

Al Jazeera

ନୂଆଦିଲ୍ଲୀ: ଜାପାନ ରାଜଧାନୀ ଟୋକିଓଠାରେ କ୍ବାଡ୍‌ ସମ୍ମିଳନୀ ହେବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଆମନ୍ତ୍ରଣକ୍ରମେ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଗସ୍ତରେ ଯାଇଛନ୍ତି। ସେଠାରେ ସେ ସୋମବାର ଏବଂ ମଙ୍ଗଳବାର ଅବସ୍ଥାନ କରିବେ। କ୍ବାଡ୍‌ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହା ଦ୍ବିତୀୟ ବୈଠକ ହୋଇଥିବାରୁ ସାଂପ୍ରତିକ ପରିସ୍ଥିତିରେ ଏହା ଉପରେ ସାରା ବିଶ୍ବର ନଜର ରହିଛି।

ମୋଦୀ ତାଙ୍କ ଟୋକିଓ ଗସ୍ତ ସଂପର୍କିତ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଗସ୍ତ ଅବସରରେ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ। ମୋଦୀ ଆଞ୍ଚଳିକ ବିକାଶ ସମେତ ସାଂପ୍ରତିକ ବିଶ୍ବ ପରିସ୍ଥିତି ସଂପର୍କରେ ଆଲୋଚନା କରିବେ। ଏହି ଅବସରରେ ମୋଦୀ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ଙ୍କୁ ଭେଟିବେ। ମୋଦୀଙ୍କ ବର୍ତ୍ତମାନର ଟୋକିଓ ଗସ୍ତ ଭାରତ-ଜାପାନ ସ୍ବତନ୍ତ୍ର ରଣନୈତିକ ଓ ଅନ୍ତର୍ଜାତୀୟ ସହଯୋଗିତାକୁ ବଢ଼ାଇବ। ଏଥିସହିତ ମୋଦୀ ଜାପାନରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିବେ। କ୍ବାଡ ନେତୃବୃନ୍ଦଙ୍କ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହେବ। ବୈଠକରେ ଭାରତ- ପ୍ରଶାନ୍ତ ମହାସାଗର ଅଞ୍ଚଳରେ ରହିଥିବା ସୁଯୋଗ ଓ ଆହ୍ବାନକୁ ପ୍ରାଥମିକତା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe