ନୂଆଦିଲ୍ଲୀ: ଭଗବାନଙ୍କ ପ୍ରତି ଆସ୍ଥା ଥିଲେ ପଥର ମଧ୍ୟରେ ବି ଭଗବାନ ଦେଖା ଦେଇଥାଆନ୍ତି। ଆସ୍ଥା ଏପରି ଏକ ଜିନିଷ ଯାହାକି କଷ୍ଟ ସହି ଆଗକୁ ବଢ଼ିବା ପାଇଁ ଶକ୍ତି ଦେଇଥାଏ। ସୋସିଆଲ ମିଡିଆରେ ଜଣେ ଛୋଟ ବାଳକଙ୍କ ଆସ୍ଥାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଉକ୍ତ ବାଳକ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାର ମୋହବ୍ବତ ବୋଲି ଜଣାପଡ଼ିଛି।
ଅଧିକପଢ଼ନ୍ତୁ:ପୁଅ ସଲମାନଙ୍କ ଭିତରେ ଥିବା ଅଭାବର ଖୁଲାସା କରିଦେଲେ ବାପା ସଲିମ୍
ଗତମଙ୍ଗଳବାର ଶ୍ରୀରାମଲଲାଙ୍କ ଦର୍ଶନ କରିବା ପାଇଁ ମୋହବ୍ବତ ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଞ୍ଚିବା ଘଟଣା ଚର୍ଚ୍ଚାରେ ରହିଛି। ମୋହବ୍ବତ ଗତ ୪୩ଦିନ ପୂର୍ବରୁ ନିଜର ଯାତ୍ରା ଆରମ୍ଭ କରିଥିଲା। ଏହି ୪୩ଦିନ ଭିତରେ ସେ ହଜାରରୁ ଅଧିକ କିଲୋମିଟର ଯାତ୍ରା କରି ଅଯୋଧ୍ୟାରେ ପହଞ୍ଚି ପାରିଛି।
ମୋହବ୍ବତ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଲିୟାବାଲି ଗ୍ରାମର ଜଣେ ସେନା ଅଧିକାରୀ ସବୁଜ ପତକା ଦେଖାଇଥିଲେ। ଏହି ଯାତ୍ରା ସମୟରେ ମୋହବ୍ବତର ଅଭିଭାବକ ଶ୍ରୀ ରାମ ଜନ୍ମଭୂମି ତୀର୍ଥର ମହାମନ୍ତ୍ରୀ ଚମ୍ପତ ରାଏଙ୍କ ସହିତ ଯୋଗାଯୋଗରେ ଥିଲେ। ରାମଭକ୍ତ ମୋହବ୍ବତର ପ୍ରଭୁ ରାମଙ୍କ ପ୍ରତି ଏଭଳି ଆସ୍ଥାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
ଅଧିକପଢ଼ନ୍ତୁ:ସହିଦ ସ୍ବାମୀଙ୍କ ପାର୍ଥିବ ଶରୀର ନିକଟରେ ଚିଠି ରଖି ସ୍ତ୍ରୀ କହିଲେ, ନିଶ୍ଚୟ ପଢ଼ିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/08/PibMsEHGODotxl0bdNUw.jpg)