Image Courtesy of India Today
ଲଣ୍ଡନ: ନିଜ ପ୍ରଚେଷ୍ଟା ବଳରେ କୋଟିପତି ହୋଇ ‘ହାରୋଜ୍ ଆଣ୍ଡ୍ ଫୁଲ୍ହମ୍ ଇସି’ (ମଲ୍) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍ ଅଲ୍-ଫୟଦ୍ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାରସୂତ୍ରରୁ ପ୍ରକାଶ।
ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସ୍ମରଣଯୋଗ୍ୟ, ପ୍ରାୟ ୨୬ ବର୍ଷ ତଳେ ପ୍ୟାରିସ୍ରେ ଭୟାବହ କାର୍ ଦୁର୍ଘଟଣାରେ ଇଂଲଣ୍ଡ୍ର ଯୁବରାଣୀ ଡାଏନାଙ୍କ ସହିତ ତାଙ୍କ ପୁଅ ଦୋଦିଙ୍କର ମୃତ୍ୟୁ ହୋଇଥିଲା। ଦୋଦି ଓ ଡାଏନାଙ୍କ ୨୬ତମ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅଲ୍-ଫୟଦ୍ଙ୍କର ମୃତ୍ୟୁ ଘଟିଛି।
Image Courtesy of MailOnline୧୯୨୯ ମସିହାରେ ଆଲେକ୍ଜେଣ୍ଡ୍ରିଆରେ ଜନ୍ମିତ ଅଲ୍-ଫୟଦ୍ ୧୯୬୦ ଦଶକରେ ଇଂଲଣ୍ଡ୍ ଚାଲିଯାଇଥିଲେ। ଦୁବାଇ ବିକାଶରେ ସେ ଥିଲେ ପ୍ରାରମ୍ଭିକ କର୍ଣ୍ଣଧାର। ପରେ ସେ ତାଙ୍କ ଭାଇମାନଙ୍କ ସହିତ ମିଶି ‘ହାରୋଜ’ ସମେତ ‘ହାଉସ୍ ଅଫ୍ ଫ୍ରେସର୍’ ଏବଂ ପ୍ୟାରିସ୍ରେ ଥିବା ‘ରିଜ୍ ହୋଟେଲ୍’ ଖରିଦ କରିଥିଲେ, ଯାହା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମାଲିକାନାରେ ଥିଲା।
ଉଲ୍ଲେଖଯୋଗ୍ୟ, ପ୍ରଥମେ ‘ଫିଜି ଡ୍ରିଙ୍କ୍’ (କାର୍ବନ୍ଡାଇଅକ୍ସାଇଡ୍ ମିଶ୍ରିତ ପାନୀୟ) ଓ ପରେ ସିଲେଇ ମେସିନ୍ ସେଲ୍ସ୍ମ୍ୟାନ୍ ଭାବେ ସେ ‘କ୍ୟାରିୟର୍’ ଆରମ୍ଭ କରିଥିଲେ। ପରେ ପରେ ସେ ମଧ୍ୟପ୍ରାଚ୍ୟ ଓ ଇଉରୋପ୍ରେ ରିୟଲ୍ ଇଷ୍ଟେଟ୍, ଜାହାଜ ଚଳାଚଳ ଓ ନିର୍ମାଣ କ୍ଷେତ୍ରରେ ବ୍ୟବସାୟର କରି ତାଙ୍କ ପରିବାରକୁ ସମୃଦ୍ଧ କରିଥିଲେ।
Image Courtesy of MailOnlineସାମାନ୍ୟ ବ୍ୟବସାୟ ଆରମ୍ଭ କରି ଇଂଲଣ୍ଡ୍ରେ ବଡ଼ ବ୍ୟବସାୟ କରିବା ସହିତ ଦାତବ୍ୟ ପ୍ରତିଷ୍ଠାନ ସଂସ୍ଥାପନ କରି ସେ ଚଳଚ୍ଚିତ୍ର ତାରକାଙ୍କଠାରୁ ଆରମ୍ଭ କରି ରାଜପରିବାର ସଦସ୍ୟମାନଙ୍କ ଭଳି ଇଂଲଣ୍ଡର୍ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମିଶି ପାରିଥିଲେ।
Follow Us