ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକ ନିର୍ମାଣ ପାଇଁ ମୋର ଦାବି: ପୂର୍ବତନ କ୍ରିକେଟର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ଦେଖାଯିବା ଉଚିତ ଯେ ଅଲରାଉଣ୍ଡର ତାଙ୍କ ସଂଘର୍ଷମମୟ ଯାତ୍ରା‌ରେ କଠୋର ସମାଲୋଚନାର ସମ୍ମୁଖୀନ ହେବା ସତ୍ତ୍ୱେ କିପରି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। 

ରାଯା

ନୂଆଦିଲ୍ଲୀ:  ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।। 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ଦେଖାଯିବା ଉଚିତ ଯେ ଅଲରାଉଣ୍ଡର ତାଙ୍କ ସଂଘର୍ଷମମୟ ଯାତ୍ରା‌ରେ କଠୋର ସମାଲୋଚନାର ସମ୍ମୁଖୀନ ହେବା ସତ୍ତ୍ୱେ କିପରି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଗତ ଆଇପିଏଲ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ଏହା ପୂର୍ବରୁ ସେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ। ଏହି ଅଲରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା। ଏହି ଘଟଣାକୁ ନେଇ ପ୍ରଶଂସକମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଡ଼ା ସମାଲୋଚନା କରିଥିଲେ।

 ମହମ୍ମଦ କୈଫଙ୍କ ବିଶ୍ୱାସ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଯେଉଁ ପ୍ରକାରର ମାନସିକ ଚାପ ଏବଂ ଅପମାନର ସମ୍ମୁଖୀନ ହୋଇଛନ୍ତି, ଏପରି ମୁହୂର୍ତ୍ତ କୌଣସି କ୍ରିକେଟରଙ୍କ ଜୀବନରେ ଆସିବା ଉଚିତ୍ ନୁହେଁ। କିନ୍ତୁ ଏହି ଅଲରାଉଣ୍ଡର ଚାପର ବଶବର୍ତ୍ତୀ ହୋଇ ନଥିଲେ। ଚାପରେ ଭାଙ୍ଗି ପଡ଼ିବା ପରିବର୍ତ୍ତେ ସେ ଦୃଢ଼ ଭାବରେ ସବୁକୁ ସାମ୍ନା କରିଥିଲେ। ନିଜ ଯନ୍ତ୍ରଣାକୁ ନିଜ ଭିତରେ ସାଇତି ରଖିଲେ। ଏହିପରି ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାତ୍ରା ସହଜ ନଥିଲା ସମୟ ଥିଲା ପ୍ରଶଂସକମାନେ ତାଙ୍କର ମଜା ଉଡ଼ାଇଥିଲେ ଲୋକମାନେ ତାଙ୍କୁ ଅଣଦେଖା କରିଥିଲେ।

ଜଣେ ଖେଳାଳି ଭାବରେ ମୁଁ ଆପଣଙ୍କୁ କହିପାରିବି କି, ଅପମାନ... ଅପମାନ ସହିତ ଆଗକୁ ବଢ଼ିବା, ତାହାକୁ ସହ୍ୟ କରିବା ବହୁତ କଷ୍ଟ ହୋଇଥାଏ। ଆପଣ ଜଣେ ଖେଳାଳିଙ୍କୁ ଦଳରୁ ବାହାର କରିପାରିବେ, କିନ୍ତୁ ତାଙ୍କୁ ଅପମାନିତ କରିବା ଠିକ୍ ନୁହେଁ।

ଯଦି ତୁମେ ଏହା କର, ତେବେ ଖେଳାଳିଙ୍କ ଉପରେ ମାନସିକ ଚାପ ବଢ଼ିଯାଏ। ଏସବୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଘଟିଥିଲା। କିନ୍ତୁ ଏହା ସତ୍ତ୍ୱେ ସେ ଟି-୨୦ ବିଶ୍ୱକପ୍ ଖେଳିଥିଲେ। ସେ ଏହି ବିଶ୍ୱକପ୍ ଫାଇନାଲରେ ହେନରିକ କ୍ଲାସେନଙ୍କୁ ଆଉଟ୍ କରି ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe