କାମ କରିବାକୁ ସାଉଦି ଆରବ ଯାଇଥିଲେ, ୪ମାସ ପରେ ଘରକୁ ଫେରିଲା ଶବ

କାମ କରିବାକୁ ସାଉଦି ଆରବ ଯାଇଥିଲେ, ୪ମାସ ପରେ ଘରକୁ ଫେରିଲା ଶବ

ଲକ୍ଷ୍ନୌ: ୟୁପିର ବିଜନୋରର ଜଣେ ଯୁବକ ଚାକିରି କରିବା ପାଇଁ ସାଉଦି ଆରବ ଯାଇଥିଲେ। କିନ୍ତୁ ଚାରି ମାସ ପରେ ତାଙ୍କ ମରଶରୀର  ଭାରତ ଫେରିଛି। ମୃତ୍ୟୁର ପ୍ରାୟ ଏକ ମାସ ପରେ ତାଙ୍କ ମୃତଦେହ ଭାରତ ଆସିଥିବା ଜଣାପଡ଼ିଛି। ମୃତଦେହ ଘରେ ପହଞ୍ଚିବା ମାତ୍ରେ ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା। ମୃତ୍ୟୁ ଖବର ପାଇ ମନର କୋହକୁ ଚାପି ରଖିଥିବା ପରିବାର ଲୋକେ ମାସକ ପରେ ପୁଅର ମୃତଦେହକୁ ଆଖି ଆଗରେ ଦେଖି ନିଜ ଲୁହକୁ ରୋକିପାରିନଥିଲେ।

ଏବେ ମୃତକଙ୍କ ଅନ୍ତିମସଂସ୍କାର ଶେଷ ହୋଇଥିବା ବେଳେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସାଉଦିରେ ସେମାନଙ୍କ ପୁଅକୁ ଅତି ନିର୍ମମ ଭାବେ ମାଡ ମରାଯାଇଥିଲା, ଯେଉଁଥିପାଇଁ ସେ ପ୍ରାଣ ହରାଇଥିଲେ। ପରିବାର ଲୋକେ ଚାକିରି ଦେଇଥିବା ଜଣେ ଶେଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି।

ମୃତକଙ୍କ ନାମ ମହମ୍ମଦ ତାଲିବ(୧୯) ହୋଇଥିବା ବେଳେ ସେ ଚାରି ମାସ ପୂର୍ବରୁ କାମ ପାଇଁ ସାଉଦି ଆରବ ଯାଇଥିଲେ। ଏକ ମାସ ପୂର୍ବରୁ ପରିବାର ଲୋକେ ସାଉଦି ଆରବର ରିୟାଦ ସହରରେ ତାଲିବଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ। ଯେତେବେଳେ ପରିବାର ସଦସ୍ୟ ରିୟାଦ ସହରରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ଏବଂ ପରିଚିତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ, ସେତେବେଳେ ଏହି ଖବର ସତ୍ୟ ବୋଲି ଜଣାପଡିଥିଲା। ଏହି ଖବର ପାଇ ପୂରା ପରିବାର ଭାଙ୍ଗିପଡ଼ିଥିବା ବେଳେ ମୃତ୍ୟୁ ପଛରେ ତାଲିବଙ୍କ ମାଲିକଙ୍କ ହାତ ଥିବା ଅଭିଯୋଗ କରିଥିଲେ ତାଙ୍କ ବାପା।

ପ୍ରାୟ ମାସେ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ସୋମବାର ତାଲିବଙ୍କ ମୃତଦେହ ବିଜନୌରରେ ଥିବା ଶଙ୍କରପୁରୀ ଗ୍ରାମରେ ପହଞ୍ଚିଥିଲା, ଯାହା ପରେ ତାଙ୍କର ଅନ୍ତିମସଂସ୍କାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe