ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାମିଙ୍କୁ କଲିକତା ହାଇକୋର୍ଟ ତାଙ୍କ ପୂର୍ବତନ ପତ୍ନୀ ଓ ଝିଅକୁ ମାସକୁ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବ ପତ୍ନୀ ହାସିନ ଜହାଁ।
ପୂର୍ବତନ ମଡେଲ ହାସିନ୍ ୨୦୧୪ରେ ମହମ୍ମଦ ସାମିଙ୍କୁ ବିବାହ କରିଥିଲେ। ୨୦୧୫ରେ ଏହି ଦମ୍ପତିଙ୍କର ଏକ ଝିଅ ଜନ୍ମ ହୋଇଥିଲା। ହାସିନ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଦୁହେଁ ୨୦୧୮ରେ ଅଲଗା ହୋଇ ଯାଇଥିଲେ। ଏବେ ପର୍ଯ୍ୟନ୍ତ ଭରଣପୋଷଣ ଏବଂ ଅନ୍ୟାନ୍ୟ ମାମଲା ନେଇ ଆଇନଗତ ଲଢ଼େଇ ଜାରି ରହିଛି।
ଏବେ କୋର୍ଟ ସାମିଙ୍କୁ ଭରଷପୋଷଣ ଦେବାକୁ ନିର୍ଦ୍ଦେଶ ଦେବା ପରେ ହାସିନ୍ ଗଣମାଧ୍ୟମରେ କହିଛନ୍ତି, ‘‘ବିବାହ ପୂର୍ବରୁ ମୁଁ ମଡେଲିଂ ଏବଂ ଅଭିନୟ କରୁଥିଲି। ସେତେବେଳେ ଯାହା ରୋଜଗାର ହେଉଥିଲା ତାହା ମୋ ପାଇଁ ଯଥେଷ୍ଟ ଥିଲା। ସାମି ମୋତେ ମୋର ପେଶା ଛାଡିବାକୁ ବାଧ୍ୟ କରିଥିଲେ। ସେ ଚାହୁଁଥିଲେ ଯେ ମୁଁ କେବଳ ଜଣେ ଗୃହିଣୀ ଜୀବନ ବଞ୍ଚିବି। ମୁଁ ସାମିଙ୍କୁ ଏତେ ଭଲପାଉଥିଲି ଯେ ଖୁସିରେ ଏହାକୁ ଗ୍ରହଣ କରିଥିଲି। କିନ୍ତୁ ବର୍ତ୍ତମାନ ମୋର ନିଜର କୌଣସି ରୋଜଗାର ନାହିଁ। ସାମିଙ୍କୁ ଆମର ଭରଣପୋଷଣର ସମସ୍ତ ଦାୟିତ୍ୱ ବହନ କରିବାକୁ ପଡ଼ିବ। ସେଥିପାଇଁ ସେ ଅରାଜି ହେବାରୁ ଆମକୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଭଗବାନଙ୍କୁ ଧନ୍ୟବାଦ ଯେ ଆମ ଦେଶରେ ଏକ ଆଇନ ଅଛି; ଯାହା ଲୋକଙ୍କୁ ସେମାନଙ୍କର ଦାୟିତ୍ୱ ବହନ କରିବାକୁ ନିର୍ଦ୍ଦେଶ ଦିଏ,"।
ଉଲ୍ଲେଖଯୋଗ୍ୟ, ଛାଡପତ୍ର ମାମଲାରେ କୋର୍ଟ କହିଛନ୍ତି ଯେ ଜହାଁଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦେବାକୁ ପଡିବ। ଯେତେବେଳେ କି ଝିଅକୁ ପ୍ରତି ମାସରେ ୨.୫୦ ଲକ୍ଷ ଟଙ୍କା ମିଳିବ।
Follow Us