ଶାମିଙ୍କୁ ପାଗଳା କୁକୁର କହିଲେ ପୂର୍ବ ପତ୍ନୀ ହସିନ ଜାହାନ !

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଥର ହସିନ ଜାହାଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ତାଙ୍କୁ ପାଗଳା କୁକୁର କହିଛନ୍ତି।

New Project (15)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଥର ହସିନ ଜାହାଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ଶାମିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି। ଇନଷ୍ଟାରେ କରିଥିବା ପୋଷ୍ଟରେ ସେ ଶାମିଙ୍କୁ ପାଗଳା କୁକୁର କହିଥିବା ଦେଖାଯାଇଛି। ତାଙ୍କ ନାମ ନେଇନଥିଲେ ମଧ୍ୟ ଈଶା‌ରାରେ ସେ ଏଭଳି କରିଛନ୍ତି।

ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟରେ ସେ ଲେଖିଛନ୍ତି, "ଯଦି ମୋତେ ପାଗଳ ବୁଲା କୁକୁରମାନଙ୍କୁ ଭୟ କରିବାର ଥାଆନ୍ତା, ତେବେ ମୁଁ ୨୦୧୮ରେ ହିଁ ଭୟଭୀତ ହୋଇଥାନ୍ତି। ତୁମେ ମୋତେ ଭୟଭୀତ କରିବାକୁ, ନୁଆଁଇବାକୁ ଏବଂ ବର୍ବାଦ କରିବାକୁ ଯେତେ ଚେଷ୍ଟା କଲେ ବି ଈଶ୍ବରଙ୍କ କୃପାରୁ, ମୁଁ ଆହୁରି ଶକ୍ତିଶାଳୀ ହେବି, ଇନଶାଆଲ୍ଲାହ।"

୨୦୧୮ରେ ଜାଦବପୁର ପୁଲିସ ଷ୍ଟେସନରେ ଶାମି ଏବଂ ତାଙ୍କ ପରିବାର ବିରୋଧରେ ଦାୟର କରିଥିବା ଏଫଆଇଆରକୁ ନେଇ ସେ ଏଭଳି ପୋଷ୍ଟ କରିଥିବା କୁହାଯାଉଛି। ୨୦୧୮ରେ ସେ କ୍ରିକେଟରଙ୍କ ବିରୋଧରେ ଘରୋଇ ହିଂସା ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ।

ହସିନ ଜାହାଁଙ୍କ ଏହି ପୋଷ୍ଟ ମହମ୍ମଦ ଶାମିଙ୍କ ଏକ ସାକ୍ଷାତକାର ପରେ ଆସିଛି। ଏହି ସାକ୍ଷାତକାରରେ ଶାମି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ଏବଂ କହିଥିଲେ ଯେ, ସେ ଅତୀତକୁ ପଛରେ ଛାଡି ଦେଇଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ, ଅତୀତକୁ ନେଇ ତାଙ୍କର କୌଣସି ଅନୁତାପ ଅଛି କି? ଏହାର ଉତ୍ତରରେ ଶାମି କହିଥିଲେ, "ସମୟକୁ ନେଇ ମୁଁ କେବେ ବି ଅନୁତାପ କରେ ନାହିଁ। ଥରେ ଯେଉଁ ସମୟ ଚାଲିଗଲେ, ତାହା ଚାଲିଗଲା। ମୁଁ କାହାକୁ କିଛି କହିବାକୁ ଚାହୁଁନାହିଁ। ନିଜକୁ ମଧ୍ୟ ନୁହେଁ। ମୁଁ ଏବେ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ମୋତେ ଏହି ବିବାଦଗୁଡ଼ିକର ଆବଶ୍ୟକତା ନାହିଁ।"

ଉଲ୍ଲେଖଯୋଗ୍ୟ, ଶାମି ଏବଂ ହସିନ ଜାହାନ ୨୦୧୪ ମସିହାରେ ବିବାହ କରିଥିଲେ। କିନ୍ତୁ, ୨୦୧୮ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ସେମାନଙ୍କ ସମ୍ପର୍କ ବିବାଦରେ ରହିଛି। ହସିନ ଜାହାନ, ଶାମିଙ୍କ ବିରୋଧରେ ବାରମ୍ବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହସିନ ଏହା ମଧ୍ୟ ଅଭିଯୋଗ କରିସାରିଛନ୍ତି ଯେ, ଶାମି ତାଙ୍କ ଝିଅର ଶିକ୍ଷା ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ପ୍ରେମିକାଙ୍କ ଉପରେ ଟଙ୍କା ଖର୍ଚ୍ଚ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe