ଟୁଇଟ୍‌ ପାଇଁ ମହମ୍ମଦ୍‌ ଜୁବୈର୍‌ ଅର୍ଥ ନେଇଥିବା କଥା ସ୍ବୀକାର କରିଛି: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଉତ୍ତର ପ୍ରଦେଶ ସରକାର

Advertisment
ମହମ୍ମଦ ଜୁବୈରଙ୍କୁ ସମସ୍ତ ୬ଟି ମାମଲାରେ ଜାମିନ: ୨୪ ଦିନ ପରେ ଜେଲ୍‌ରୁ ମୁକୁଳିଲେ

Image Courtesy of India Today

ନୂଆଦିଲ୍ଲୀ: ନିଜସ୍ବ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ପୋଷ୍ଟ୍‌ କରିଥିବା ‘ଟୁଇଟ୍‌’ ନିମନ୍ତେ ଅର୍ଥ ଗ୍ରହଣ କରିଥିବା କଥା ‘ଅଲ୍‌ଟ୍‌ ନିଉଜ୍‌ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ ସ୍ବୀକାର କରିଥିବା କଥା ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ମାମଲା ଲଢୁଥିବା ଆଡ୍‌ଭୋକେଟ୍‌ ଗରିମା ପ୍ରସାଦ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଛନ୍ତି ଯେ, ଗୋଟିଏ ଟୁଇଟ୍‌ ପୋଷ୍ଟ୍‌ କରିବା ଲାଗି ୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ ଗୋଟାଏ  ‘ଟୁଇଟ୍‌’ ପୋଷ୍ଟ୍‌ କରିବା ଲାଗି ୨ କୋଟି ଟଙ୍କା ଗ୍ରହଣ କରିଥିବା କଥା ଜୁବୈର୍‌ ସ୍ବୀକାର କରିଛି। ‘ଟୁଇଟ୍‌’ ଯେତେ କ୍ରୋଧ ଉଦ୍ରେକକାରୀ ହେବ ପ୍ରାପ୍ୟ ସେତେ ଅଧିକ ହେବ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶରେ ତାଙ୍କ ନାମରେ ରେଜିଷ୍ଟ୍ରି ହୋଇଥିବା ଏକାଧିକ ‘ଏଫ୍‌ଆଇଆର୍‌’କୁ ଚାଲେଞ୍ଜ୍‌ କରି ଜୁବୈର୍‌ ଦାଖଲ କରିଥିବା ପିଟିସନ୍‌ର ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରୁଥିଲେ। ଯୁକ୍ତି ଉପସ୍ଥାପନ ବେଳେ ପ୍ରସାଦ କହିଥିଲେ ଜଣେ ସାମ୍ବାଦିକ ବୋଲି ଜୁବୈର୍‌ ଦାବି କରୁଛନ୍ତି। କିନ୍ତୁ, ତିକ୍ତତା ସୃଷ୍ଟିକାରୀ ‘ଟୁଇଟ୍‌’ ପୋଷ୍ଟ୍‌ କରିବା ଲାଗି ସେ ଅର୍ଥ ଗ୍ରହଣ କରନ୍ତି।

publive-image Image Courtesy of The Indian Express

ସେ କହିଛନ୍ତି, ଜୁବୈର୍‌ କେବଳ ଟୁଇଟ୍‌ କରି ବିଷ ସଂକ୍ରମଣ କରନ୍ତି। ତାଙ୍କ ଟୁଇଟ୍‌ ସବୁ ସ୍ବଭାବତଃ ତିକ୍ତତା ଉଦ୍ରେକକାରୀ। ସେ ଜଣେ ସାମ୍ବାଦିକ କି, ନୁହନ୍ତି, ତାହା ଜାଣିବା ଲାଗି ଆମେ ଅନୁସନ୍ଧାନ ଚଳାଇଛୁ।

ଉତ୍ତର ପ୍ରଦେଶ ସରକାରଙ୍କୁ ମୁକାବିଲା କରି ଜୁବୈର୍‌ଙ୍କ ଓକିଲ ବୃନ୍ଦା ଗ୍ରୋଭର୍‌ କହିଛନ୍ତି, ଆପଣ ଯଦି ଟୁଇଟ୍‌କୁ ପାଠ କରିବେ ସେଥିରେ ତିକ୍ତତା ଉଦ୍ରେକ କରିବା ଭଳି କିଛି ନାହିଁ। କାରଣ ତାହା ହେଉଛି ‘ଟିଭି ଚାନେଲ୍‌’ ପ୍ରସ୍ତୁତ କରିଥିବା ଗୋଟାଏ ‘ଗ୍ରାଫିକ୍‌’। ତାହାକୁ ଜୁବୈର୍‌ ଗୋଟାଏ ‘ଫ୍ୟାକ୍ଟ୍‌ ଚେକର୍‌’ ଭାବେ ଦର୍ଶାଇ କହିଛନ୍ତି ଯେ, ଉକ୍ତ ତଥ୍ୟାବଳି ତ୍ରୁଟିଯୁକ୍ତ। ତାହାକୁ ଯାଞ୍ଚ କରିବା ନିମନ୍ତେ ସେ ପୁଲିସ୍‌କୁ ଟ୍ୟାଗ୍‌ କରିଥିଲେ।

ସାମ୍ବାଦିକ ଜୁବୈର୍‌ଙ୍କୁ ‘ଟାର୍ଗେଟ୍‌’ କରିବା ଲାଗି ଗୋଟାଏ ‘ନେଟ୍‌ୱାର୍କ’ କରାଯାଇଥିବାରୁ ଅଦାଲତ୍‌ ତାଙ୍କୁ (ଜୁବୈର୍‌) ସୁରକ୍ଷା ଦିଅନ୍ତୁ ବୋଲି ଗ୍ରୋଭର୍‌ କହିଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ଥିବା ‌ଭଳି ମୋର ଆଶଙ୍କା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe