ମହମ୍ମଦ ଜୁବେରଙ୍କ ବିରୋଧରେ ପଞ୍ଜୀକୃତ ୫ଟି ଏତଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Advertisment
ମହମ୍ମଦ ଜୁବେରଙ୍କ ବିରୋଧରେ ପଞ୍ଜୀକୃତ ୫ଟି ଏତଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

aajtak

ମୁମ୍ବାଇ: ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ୟୁପିରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ନେଇ ମହମ୍ମଦ ଜୁବେରଙ୍କ ବିରୋଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାର ଆଗାମୀ ଶୁଣାଣି ଜୁଲାଇ ୨୦ ଅର୍ଥାତ୍ ବୁଧବାର ଦିନ କରିବେ।

ଆଜି ଶୁଣାଣି ଆରମ୍ଭ ହେବା ପରେ ଜୁବେରଙ୍କ ଓକିଲ ବୃନ୍ଦା ଗ୍ରୋବର ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠକୁ କହିଥିଲେ ଯେ ୟୁପିରେ ରୁଜୁ ହୋଇଥିବା ଏକ ମାମଲାରେ ଜୁବେରଙ୍କୁ ଜାମିନ ମିଳିବା ପରେ ଜୁବେରଙ୍କ ବିରୋଧରେ ଅନେକ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ତାଙ୍କୁ ପ୍ରତ୍ୟେକ ମାମଲାରେ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କ୍ରମାଗତ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ଜୁବେରଙ୍କ ଜୀବନ ଏବେ ବିପଦରେ ରହିଛି। ହାଥରସରେ ଜୁବେରଙ୍କ ବିରୋଧରେ ଦୁଇଟି ମାମଲା, ଲଖିମପୁର ଖେରୀରେ ଗୋଟିଏ, ସୀତାପୁରରେ ଗୋଟିଏ, ଗାଜିଆବାଦରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ସୀତାପୁର ମାମଲାରେ ସୁପ୍ରିମକୋର୍ଟ ଜୁବେରଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ଏବଂ ଏବେ ଦିଲ୍ଲୀ ମାମଲାରେ ମଧ୍ୟ ତାଙ୍କୁ ଜାମିନ ଦିଆଯାଇଛି। ଜୁବେରଙ୍କ ବିରୋଧରେ ଆଇପିସିର ଧାରା ୨୯୮ଏ ଏବଂ ଆଇଟି ଆକ୍ଟର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ସର୍ବାଧିକ ତିନି ବର୍ଷର ଦଣ୍ଡବିଧାନ ରହିଛି। ଏଥିରେ ଏସଆଇଟି ତଦନ୍ତର ଯଥାର୍ଥତା କ’ଣ ବୋଲି ଓକିଲ ପ୍ରଶ୍ନ କରିଥିଲେ।

ଜୁବେରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଏଫଆଇଆର ପଞ୍ଜୀକରଣ ହେବା ଚିନ୍ତାର ବିଷୟ‌। ଏହା ସହ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ କରିଥିବାରୁ ସୁପ୍ରିମକୋର୍ଟ ଏବେ ୟୁପି ପୁଲିସକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe