୭୫ ବର୍ଷ ମଧ୍ୟରେ ଯେତିକି ବଢିବା କଥା ସେତିକି ବଢ଼ିପାରିନେ: ମୋହନ ଭାଗବତ

Advertisment
୭୫ ବର୍ଷ ମଧ୍ୟରେ ଯେତିକି ବଢିବା କଥା ସେତିକି ବଢ଼ିପାରିନେ: ମୋହନ ଭାଗବତ

Image Courtesy of Twitter

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ରବିବାର ଦିନ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ ଆମେ ଯେତିକି ଆଗକୁ ବଢିବା କଥା ସେତିକି ଅଗ୍ରଗତି କରିନାହୁଁ। ଯଦି ଆପଣ ଦେଶକୁ ଆଗକୁ ନେବା ପଥ ଅନୁସରଣ କରନ୍ତି, ତେବେ ଆପଣ ଆଗକୁ ବଢିବେ | ଯଦି ଆପଣ ସେହି ପଥ ଅନୁସରଣ ନକରନ୍ତି, ତେବେ ଆଗକୁ ବଢ଼ିପାରିବେ ନାହିଁ |

ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସନ୍ଥ ଇଶ୍ୱର ସମ୍ମାନ ୨୦୨୧ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭାଷଣ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ ଆମେ ଯେତିକି ବଢିବା କଥା ସେତିକି ବଢ଼ିପାରିନେ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଯେତିକି ମହାପୁରୁଷ ଜନ୍ମ ହୋଇଥିବେ, ସେତିକି ମହାପୁରୁଷ ଗତ ୨୦୦ ବର୍ଷ ମଧ୍ୟରେ ଆମ ଦେଶରେ ଜନ୍ମ ହୋଇଛନ୍ତି |

ଏହି କାର୍ଯ୍ୟକ୍ରମରେ ନିସ୍ଵାର୍ଥପର ଭାବରେ ସମାଜକୁ ସେବା କରୁଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା | ରାଷ୍ଟ୍ରୀୟ ସେବା ଭାରତୀ ସହଯୋଗରେ ସନ୍ଥ ଇଶ୍ୱର ଫାଉଣ୍ଡେସନ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସନ୍ଥ ଇଶ୍ୱର ସମ୍ମାନ ଏପରି ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ଦିଆଯାଏ ଯେଉଁମାନେ ସମାଜର ଆଖିରୁ ଦୁରେଇ ରହି ବି ନିସ୍ୱାର୍ଥପର ଭାବରେ ସାମାଜିକ କାର୍ଯ୍ୟ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe