Advertisment

RSS: ଆର୍‌ଏସ୍‌ଏସ୍‌ ହିନ୍ଦୁତ୍ବ ରାଜନୀତିରେ ନୁହେଁ, ରାଷ୍ଟ୍ର ନିର୍ମାଣରେ ବିଶ୍ବାସ କରେ: ଭାଗବତ

Advertisment
mohan bhagwat

mohan bhagwat Photograph: (sambad.in)

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ହିନ୍ଦୁତ୍ବ ରାଜନୀତି କରୁନାହିଁ, ବରଂ ଏହା ବ୍ୟକ୍ତିଗତ ବିକାଶ ମାଧ୍ୟମରେ ଏକ ଶକ୍ତିଶାଳୀ ସମାଜ ଓ ରାଷ୍ଟ୍ର ଗଠନରେ ବିଶ୍ବାସ କରେ ବୋଲି ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସଂଘର ୧୦୦ ବର୍ଷ ପୂର୍ତ୍ତି ନେଇ ରବିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି, ସଂଘ ବ୍ୟକ୍ତିଗତ ବିକାଶରେ ବିଶ୍ବାସ କରେ, କାରଣ କେବଳ ଦୃଢ଼ ବ୍ୟକ୍ତି ହିଁ ଏକ ଦୃଢ଼ ସମାଜ ଓ ରାଷ୍ଟ୍ର ଗଠନ କରିପାରିବ। ଆର୍‌ଏସ୍‌ଏସ୍‌ର ବାସ୍ତବତା କେହି ବାହାରୁ ବୁଝିପାରିବେ ନାହିଁ। କେତେକ ଲୋକ ଏହାକୁ ଏହାକୁ ଏକ ଅର୍ଦ୍ଧସମାଗରିକ ସଙ୍ଗଠନ ବୋଲି ଭାବନ୍ତି, କିନ୍ତୁ ଆର୍‌ଏସ୍‌ଏସ୍‌ ହେଉଛି ଏକ ସାମାଜିକ ଶକ୍ତି, ଯାହା କୌଣସି ସୀମାରେ ଆବଦ୍ଧ ନ ହୋଇ କାମ କରୁଛି।

ବିଶ୍ବ ଏବେ ଭାରତକୁ ନେତୃତ୍ବ ଭୂମିକାରେ ଦେଖିବାକୁ ଚାହେଁ। ସଂଘ କାର୍ଯ୍ୟରେ ଯୋଗ ଦେଇ ସମାଜ ଓ ରାଷ୍ଟ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ସେ ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ। ଜନ୍ମଭୂମି ପାଇଁ ଭଲ ପାଇବା ରହିବା ଖୁବ୍‌ ଜରୁରୀ ଅଟେ। ବିଶ୍ବ ସତ୍ୟଠାରୁ ଅଧିକ ଶକ୍ତିକୁ ବିଶ୍ବାସ କରେ, ତେଣୁ ଶକ୍ତି ଜୁଟେଇବା ସବୁଠୁ ଆବଶ୍ୟକ, କିନ୍ତୁ ଏହାର ବ୍ୟବହାର ସବୁବେଳେ କଟକଣାଯୁକ୍ତ ହେବା ଉଚିତ୍‌। ମହିଳାଙ୍କ ପ୍ରସଙ୍ଗ ଉଠାଇ ଭାଗବତ କହିଥିଲେ, ମହିଳାମାନେ ସମ୍ପୂର୍ଣ୍ଣ ଭାବେ ସ୍ବାଧୀନ ଅଟନ୍ତି, ଶାସନ ବ୍ୟବସ୍ଥାରେ ସେମାନଙ୍କ ଭାଗିଦାରୀ ୩୩ ପ୍ରତିଶତ ନୁହେଁ ୫୦ ପ୍ରତିଶତ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe