ଅକ୍ଷୟ କୁମାରଙ୍କ ‘ସମ୍ରାଟ୍ ପୃଥ୍ବୀରାଜ’କୁ ବିଶ୍ବ ଶ୍ରେଣୀର କହି ମୋହନ ଭାଗବତଙ୍କ ପ୍ରଶଂସା

ଅକ୍ଷୟ କୁମାରଙ୍କ ‘ସମ୍ରାଟ୍ ପୃଥ୍ବୀରାଜ’କୁ ବିଶ୍ବ ଶ୍ରେଣୀର କହି ମୋହନ ଭାଗବତଙ୍କ ପ୍ରଶଂସା

Hindustan Times

ନୂଆଦିଲ୍ଲୀ: ଦିଲ୍ଲୀର ଚାଣକ୍ୟପୁରୀ ପିଭିଆର୍‌ରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ସମ୍ରାଟ୍ ପୃଥ୍ବୀରାଜ ଦେଖି ଏହାକୁ ବିଶ୍ବ ଶ୍ରେଣୀର କହି ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ପୃଥ୍ବୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ଭିତରେ ହୋଇଥିବା ଯୁଦ୍ଧକୁ ଭାରତରେ, ଭାରତୀୟ ଭାଷାରେ ଓ ଭାରତୀୟ ଦୃଷ୍ଟିକୋଣରୁ ଲେଖାଯାଇଛି। ଭାଗବତ କହିଛନ୍ତି ଯେ, ଆମେ ଆଗରୁ ପୃଥ୍ବୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ବିଷୟରେ ପଢ଼ିଛୁ। କିନ୍ତୁ ତାହା ଅନ୍ୟମାନଙ୍କ ଦ୍ବାରା ଲେଖାଯାଇଥିଲା। ଆମେ ବର୍ତ୍ତମାନ ଇତିହାସକୁ ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ପାଉଛୁ। ସୂଚନାଯୋଗ୍ୟ ଭାଗବତଙ୍କ ସମେତ ସଂଘ କର୍ମକର୍ତ୍ତାଙ୍କ ପାଇଁ ଚଳଚ୍ଚିତ୍ରର ସ୍ବତନ୍ତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଅକ୍ଷୟ କୁମାର ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe