ଶାହଙ୍କୁ ଭେଟିଲେ ମୋହନ: ରାଜ୍ୟରେ ୧୨ ହଜାର ସରକାରୀ ପଦବି ପୂରଣ ହେବ: ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ନୂଆଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ନର୍ଥବ୍ଲକ୍‌ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଆଲୋଚନା ଅବସରରେ ଶ୍ରୀ ମାଝୀ ରାଜ୍ୟର ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ନୂଆଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ନର୍ଥବ୍ଲକ୍‌ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଆଲୋଚନା ଅବସରରେ ଶ୍ରୀ ମାଝୀ ରାଜ୍ୟର ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

addazxx

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ନୂଆଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କର ନର୍ଥବ୍ଲକ୍‌ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଆଲୋଚନା ଅବସରରେ ଶ୍ରୀ ମାଝୀ ରାଜ୍ୟର ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟରେ ତିନିଟି ଆଇନ-ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ କାର୍ଯ୍ୟକାରୀ କରାଯିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ‌‌ଗୃହ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଆଇନଶୃଙ୍ଖଳା ସହିତ ଜଡ଼ିତ ଖାଲି ପଡ଼ିଥିବା ୧୨ ହଜାର ପଦବି ପୂରଣ ହେବ।

ଏ ନେଇ ‌ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଗତ ସରକ‌ାରରେ ବହୁତ ପୁଲିସ ପଦବି ଖାଲି ଥିଲା। ତତ୍‌କାଳୀନ ସରକାର ପଦବି ପୂରଣ ପାଇଁ ଗୁରୁତ୍ବ ଦେଉ ନଥିଲେ। ଓଡ଼ିଶା ଶିଳ୍ପ ନିରାପତ୍ତା ଫୋର୍ସର ୩୦୦୩, ଟ୍ରାଫିକ୍‌ ବିଭାଗର ୨୦୦୦ ଓ ହୋମଗାର୍ଡରେ ୫ ହଜାର ପଦବିକୁ ମିଶାଇ ୧୨ ହଜାର ପଦବିରେ ନିଯୁକ୍ତି ଦିଆଯିବ। ଟ୍ରାଫିକ୍ ସମସ୍ୟା ଓ ସାଇବର ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମାମଲାକୁ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe