ଦିନରେ ମାଆ, ରାତିରେ ବୁର୍ଖାପିନ୍ଧା ଟ୍ୟାକ୍‌ସି ଡ୍ରାଇଭର୍‌

Advertisment
ଦିନରେ ମାଆ, ରାତିରେ ବୁର୍ଖାପିନ୍ଧା ଟ୍ୟାକ୍‌ସି ଡ୍ରାଇଭର୍‌

Image Courtesy of TOI

ମୁମ୍ବାଇ: ପ୍ରାୟ ଆଠ ମାସ ହେବ ଟ୍ୟାକ୍ସି ଚଳାଉଛନ୍ତି ସାତ ବର୍ଷିୟ ପିଲାର ମାଆ ୩୦ ବର୍ଷୀୟ ରିଜ୍‌ଓ୍ଵାନା ଶେଖ୍‌। ଦିନରେ ସେ ଜଣେ ମାଆ, ରାତିରେ ସେ ଓଲା ଟ୍ୟାକ୍‌ସିର ଡ୍ରାଇଭର୍‌। ତାଙ୍କ ଘର ଲକ୍ଷ୍ନୌରେ। ଜଣେ ଯୋଗେଶ୍ୱରୀ ବ୍ୟବସାୟୀଙ୍କୁ ବିବାହ କରିବା ପରେ ସେ ମୁମ୍ବାଇ ଚାଲି ଆସିଥିଲେ।

କିଛି ବର୍ଷ ହେବ ମହିଳାମାନେ ଟ୍ୟାକ୍‌ସି ଏବଂ ଅଟୋରିକ୍‌ସା ଆଦି ଚଳାଉଥିଲେ ମଧ୍ୟ ବିଶେଷକରି ରକ୍ଷଣଶୀଳ ସମ୍ପ୍ରଦାୟରୁ କୌଣସି ମହିଳା ରାତିରେ ଏ ସହରରେ ଟ୍ୟାକ୍ସି ଚଳାଇବାର ଦୃଷ୍ଟାନ୍ତ ନାହିଁ। ଅବଶ୍ୟ ଜିପିଏସ୍‌ ଟ୍ରାକିଙ୍ଗ୍‌ କରାଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ମହିଳାମାନେ ହଇରାଣ ହେଉ ନାହାନ୍ତି।

ଆଠ ମାସ ହେବ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇ ନ ଥିବା କଥା କହନ୍ତି ଶେଖ୍‌। ମଦୁଆ ଲୋକେ ଟ୍ୟାକ୍‌ସି ବୁକ୍‌ କଲେ ଭାରି ଅଡୁଆ ଲାଗେ ତାଙ୍କୁ। ତେଣୁ ସେ ସେ ଭଳି ଯାତ୍ରୀଙ୍କୁ ବସାଇ ଗାଡ଼ି ଚଳାନ୍ତି ନାହିଁ।

ପୂର୍ବରୁ ଶେଖ୍‌ ଥିଲେ ଜଣେ ବିୟୁଟିସିଆନ୍‌। ମାସକୁ ଉପାର୍ଜ୍ଜନ କରୁଥିଲେ ୩୦ ରୁ ୪୦ ହଜାର ଟଙ୍କା। କିନ୍ତୁ, ଏଇଟା ଅଧିକ ଲାଭଦାୟକ ବ୍ୟବସାୟ।

ଘର ଚଳାଇବାକୁ ଅର୍ଥ ଅତ୍ୟାବଶ୍ୟକ ଥିବାରୁ ଏ ଭଳି କାମ ମୋ ପାଇଁ ଉପଯୁକ୍ତ। ଏଥିରେ ମୋ ସ୍ୱାମୀ ଏବଂ ପରିବାର ମତେ ସମର୍ଥନ କରି ଆସୁଛନ୍ତି। ଘରର ସମସ୍ତ କାମଦାମ ସାରିବା ପରେ ରାତି ୮ଟା ରୁ ସକାଳ ଯାଏଁ ସେ ଟ୍ୟାକ୍‌ସି ଚଳାନ୍ତି।

ସହରରେ ଟ୍ୟାକ୍‌ସି ଚଳାଉଥିବା ମହିଳାମାନଙ୍କ ସଂଖ୍ୟା କେତେ ନ କହିଲେ ମଧ୍ୟ ଉଭୟ ଓଲା ଏବଂ ଉବର୍‌ କହନ୍ତି ଯେ ଏଥିରେ ମହିଳାଙ୍କ ସଂଖ୍ୟା ବଢୁଛି।

ପ୍ରତି ତିନି ମାସରେ ମେଟ୍ରୋ ସହରଗୁଡ଼ିକରେ ମହିଳା ଡ୍ରାଇଭର୍‌ଙ୍କ ସଂଖ୍ୟା ୪୦% ବଢୁଛି। ଓଲା ସଂସ୍ଥାନରେ ବହୁ ମହିଳା ଟ୍ୟାକ୍‌ସି, ଅଟୋ ଏବଂ ବାଇକ୍‌ ଚଳାଉଥିବା କଥା ଓଲାର ମୁଖପାତ୍ର କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe