ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନ ଅଭିଯୋଗ: ହାଇଡ୍ରାମା, ବିଜେପି ନେତାଙ୍କ ବିରୋଧରେ ଏତଲା

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ରରେ ଭୋଟର୍‌ଙ୍କୁ ଟଙ୍କା ବଣ୍ଟନ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ରରେ ଭୋଟର୍‌ଙ୍କୁ ଟଙ୍କା ବଣ୍ଟନ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି।

dagdagdagd

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ମହାରାଷ୍ଟ୍ରରେ ଭୋଟର୍‌ଙ୍କୁ ଟଙ୍କା ବଣ୍ଟନ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ଏକ ଆଞ୍ଚଳିକ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜେପି ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାୱଡ଼େ ଏବଂ ଅନ୍ୟ ବିଜେପି ନେତାମାନେ ପାଲଘର ଜିଲ୍ଲାର ବିରାରରେ ଥିବା ଏକ ହୋଟେଲରେ ନଗଦ ଟଙ୍କା ବଣ୍ଟନ କରିଛନ୍ତି। ବହୁଜନ ବିକାଶ ଘାଡି (ବିଭିଏ) କହିଛି,  ନାଲାସୋପାରାର ବିଜେପି ପ୍ରାର୍ଥୀ ରାଜନ ନାଏକ ତାୱଡ଼େଙ୍କ ଉପସ୍ଥିତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା ବାଣ୍ଟୁଥିଲେ। ବିଭିଏ ବିଧାୟକ କ୍ଷୀତିଜ ଠାକୁର ତାଙ୍କ ସମର୍ଥକଙ୍କ ସହ ହୋଟେଲରେ ପହଞ୍ଚିବା ପରେ ଜୋରଦାର ନାଟକ ହୋଇଥିଲା।

ବହୁଜନ ବିକାଶ ଆଘାଡି ସମର୍ଥକମାନେ ତାୱଡ଼େଙ୍କୁ ଘେରାଉ କରିବା ସହ ସ୍ଲୋଗାନ ଦେଇଥିଲେ। ଏହାପରେ ସ୍ଥାନୀୟ ଥାନାରେ ତାୱଡ଼େଙ୍କ ବିରୋଧରେ ସେମାନେ ଏତଲା ରୁଜୁ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଘଟଣାସ୍ଥଳରୁ ସେମାନେ ନଗଦ ଟଙ୍କା ଏବଂ କେତେକ ଦସ୍ତାବିଜ ପାଇଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବହୁଜନ ବିକାଶ ଆଘାଡି ସମର୍ଥକମାନେ ତାୱଡେଙ୍କ ସାମ୍ନାରେ ନୋଟ୍ ହଲାଉଛନ୍ତି। ବିଜେପି ଏହି ସମଗ୍ର ପ୍ରକ୍ରିୟାକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ କେବଳ ବିଭ୍ରାନ୍ତି ସୃଷ୍ଟି ଉଦ୍ଦେଶ୍ୟରେ ବିଭିଏ ନାଟକ କରିଥିବା ଦର୍ଶାଇଛି। ତାୱଡ଼େଙ୍କ ବିରୋଧରେ ଟଙ୍କା ବଣ୍ଟନ ଅଭିଯୋଗ ନେଇ କୌଣସି ଏତଲା ହୋଇନାହିଁ, ବିଭିଏ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଏତଲା ଦେଇଛି ବୋଲି ବିଜେପି ନେତା ସୁଧାଂଶୁ ତ୍ରିବେଦି କହିଛନ୍ତି।

ବହୁଜନ ବିକାଶ ଅଘାଡିର ସଭାପତି ହିତେନ୍ଦ୍ର ଠାକୁର ଅଭିଯୋଗ କରିଛନ୍ତି ଯେ ବିରାର ହୋଟେଲରେ ୫ କୋଟି ଟଙ୍କା ବଣ୍ଟନ କରାଯାଇଥିଲା। ସେ କହିଛନ୍ତି ଯେ ତାୱଡେଙ୍କ ପାଖରେ ଏକ ଡାଏରୀ ଥିଲା ଯେଉଁଥିରେ ନଗଦ ଅର୍ଥର ବିବରଣୀ ଥିଲା। କଂଗ୍ରେସ ହୋଟେଲର ଏକ ଭିଡିଓ ସେୟାର କରି ବିଜେପି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅର୍ଥବଳର ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe