Image Source: Zee News
ନୂଆଦିଲ୍ଲୀ: ପୂର୍ବ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସପେ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ବୋଲି ଆଜି ଏ ବାବଦ ଶୁଣାଣିରେ ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟ ଏହି ମାମଲାରେ ୫ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି। ଏବେ ଚିଦମ୍ବରମ ସିବିଆଇ ହାଜତରେ ଥିବା ବେଳେ ଆଜି ମନି ଲଣ୍ଡ୍ରିଂ ମାମଲାରେ ସୁପ୍ରିମ୍ କୋର୍ଟରେ ଉଭୟ ପକ୍ଷ ଜୋର୍ଦାର ଯୁକ୍ତି କରିଥିଲେ। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ତଦନ୍ତର ଏହି ପର୍ଯ୍ୟାୟରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ । ଚିଦମ୍ବରମଙ୍କ ଓକିଲ କପିଲ ସିବଲ୍ କହିଥିଲେ, ଇଡି ଆଣିଥିବା ଅଭିଯୋଗର କୌଣସି ଦସ୍ତାବିଜ ଉପସ୍ଥାପନ କରାଯାଇନାହିଁ। ଚିଦମ୍ବରମଙ୍କ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।
Follow Us