ମନି ଲଣ୍ଡରିଂ ମାମଲା: ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

Advertisment
ମନି ଲଣ୍ଡରିଂ ମାମଲା: ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

Patrika

ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ପିଏମ୍‌ଏଲଏ ଅଧୀନରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଶ୍ରୀନଗର କୋର୍ଟରେ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ‌ହୋଇଥିବା ବେଳେ ତାଙ୍କୁ ଆସନ୍ତା‌ ଅଗଷ୍ଟ ୨୭ରେ ହାଜର ହେବାପାଇଁ ଅଦାଲତ ପକ୍ଷରୁ ସମନ କରାଯାଇଛି । ଗତ ମେ’ ୩୧ରେ ଅର୍ଥ ହେରଫେର ମାମଲାରେ ତାଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ୨୦୦୪ରୁ ୨୦୦୯ରେ ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ୍‌ରେ ୧୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ୨୦୨୦ରେ ଫାରୁକଙ୍କ ପ୍ରାୟ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe