ଖାରଜ ହେଲା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ

ଖାରଜ ହେଲା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ

Mint

ନୂଆଦିଲ୍ଲୀ: ଭିସା ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଶୁକ୍ରବାର ଦିନ ସିବିଆଇ କୋର୍ଟ ଖାରଜ କରିଛନ୍ତି। ଗତ ସପ୍ତାହରେ ଯୁକ୍ତି ଶୁଣିବା ପରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ଶୁଣାଇ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। କିଛି ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତାଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ପଞ୍ଜିକରଣ କରିଥିଲା।

ଗତ ଶୁଣାଣିରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ ଯଦି ଆଗୁଆ ଜାମିନ ମଞ୍ଜୁର ହୁଏ ତେବେ ତଦନ୍ତ ପ୍ରଭାବିତ ହୋଇପାରେ। ଏଭଳି ହେଲେ ଟଙ୍କା କେଉଁଆଡେ ଗଲା ଆମେ ଜାଣି ପାରିବୁ ନାହିଁ। ଅର୍ଥ ହେରଫେର ଏବଂ ନକଲି ଭିସା ଅଭିଯୋଗ ଗୁରୁତର ଏବଂ ଏହି ମାମଲାରେ କାର୍ତ୍ତିଙ୍କ ଯୁକ୍ତି ବିଶ୍ବାସ ଯୋଗ୍ୟ ବୋଲି କହି ଇଡି କାର୍ତ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲା। କାର୍ତ୍ତିଙ୍କ ଉପରେ ନିର୍ଭର କରିବା ବିପଦପୂର୍ଣ୍ଣ ଏବଂ ଏହା ଅନୁସନ୍ଧାନ ଉପରେ ପ୍ରଭାବ ପକାଇବ ବୋଲି କୋର୍ଟକୁ କହିଥିଲା ଇଡି।

ତେବେ ୧୧ ବର୍ଷ ପୁରୁଣା ଏହି ମାମଲାରେ ସିବିଆଇ କାର୍ତ୍ତିଙ୍କୁ ପଚରାଉଚରା ମଧ୍ୟ କରିଥିଲା, ଯାହାକୁ କଂଗ୍ରେସ ନେତା "ନକଲି" ଏବଂ "ରାଜନୈତିକ ପ୍ରତିଶୋଧ"ର ଫଳାଫଳ ବୋଲି କହିଥିଲେ। ଏହି ମାମଲା ୨୦୧୧ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ କାର୍ତ୍ତିଙ୍କ ପିତା ପି ଚିଦାମ୍ବରମ୍ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe