ଇସଲାମାବାଦ: ତୀବ୍ର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ଶେଷରେ ୮ଟି ମଇଁଷିକୁ ନିଲାମ କରିଛି। ଏ ବାବଦରେ ସରକାରଙ୍କୁ ୨୩ ଲକ୍ଷ ଟଙ୍କା ମିଳିଛି। ସୂଚନା ମୁତାବକ, ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଧାନମନ୍ତ୍ରୀ ଭବନରେ କିଛି ମଇଁଷି ରଖିଥିଲେ। କିନ୍ତୁ ସରିଫଙ୍କୁ ବହିଷ୍କାର କରାଯିବା ପରେ ଦେଶରେ ପୁଣି ନିର୍ବାଚନ େହାଇଥିଲା। ଫଳରେ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜ୍ୟ ଏବେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବାରୁ ଇମ୍ରାନ୍ଙ୍କ ଆଖି ସରିଫଙ୍କ ମଇଁଷି ଉପରେ ପଡ଼ିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ତାହାର ନିଲାମ ଡାକିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁସାରେ ଆଜି ନିଲାମ ଅନୁଷ୍ଠିତ େହାଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଛି େଯ ପ୍ରଧାନମନ୍ତ୍ରୀ ଭବନରେ ରଖାଯାଇଥିବା ୮ଟି ମଇଁଷି ଉପରେ ଅଯଥା ଅର୍ଥ ଖର୍ଚ୍ଚ ହେଉଥିଲା।
ତୀବ୍ର ଆର୍ଥିକ ସଂକଟର ଶିକାର ଶେଷରେ ମଇଁଷି ବିକିଲା ଇମ୍ରାନ୍ ସରକାର
Advertisment
Follow Us