PiPa News
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜି ଏକ ବ୍ୟସ୍ତବହୁଳ ବଜାରରେ ହଠାତ ଆକାଶରୁ ଟଙ୍କା ବର୍ଷା ହୋଇଥିଲା। ଲୋକମାନେ ରାସ୍ତାକଡ଼ରେ ଗାଡ଼ି ଅଟକାଇ ଟଙ୍କା ଗୋଟାଇବାରେ ବ୍ୟସ୍ତ ରହିଥିଲେ। ଏଥିପାଇଁ ରାସ୍ତା ପ୍ରବଳ ଭିଡ଼ ହୋଇଯାଇଥିଲା। ପୁଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା। କେଆର ମାର୍କେଟରେ ଆଜି ଏହି ଘଟଣା ଘଟିଛି। ପ୍ରକୃତରେ ଟଙ୍କା ଆକାଶରୁ ବର୍ଷା ହୋଇନଥିଲା, ଜଣେ ବ୍ୟକ୍ତି ଏହି ଟଙ୍କା ବର୍ଷା କରିଥିଲେ। କୋଟ୍ ଏବଂ ଟ୍ରାଉଜର ପିନ୍ଧିଥିବା ଜଣେ ବ୍ୟକ୍ତି ଆଜି କେଆର୍ ମାର୍କେଟ ଫ୍ଲାଏଓଭର ଉପରେ ଠିଆ ହୋଇ ବ୍ୟାଗ୍ରୁ ଟଙ୍କା କାଢ଼ି ତଳକୁ ଫୋପାଡ଼ିଥିଲେ।
ଗୋଟାଇବାକୁ ପ୍ରବଳ ଭିଡ଼, ଟ୍ରାଫିକ୍ ଜାମ୍
ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ
ସେ ୧୦ ଟଙ୍କିଆ ନୋଟ୍ ବିଡ଼ା ଫୋପାଡ଼ିଥିଲେ। ପାଖାପାଖି ୩ ହଜାର ଟଙ୍କା ନୋଟ୍ ସେ ଫୋପାଡ଼ିଛନ୍ତି। ଫ୍ଲାଏଓଭର ତଳେ ଥିବା ଲୋକମାନେ ଟଙ୍କା ଗୋଟାଇବାରେ ବ୍ୟସ୍ତ ରହିଥିଲେ। କିଛି ଲୋକ ମଧ୍ୟ ତାଙ୍କ ନିକଟକୁ ଯାଇ ତାଙ୍କୁ ଟଙ୍ଗା ମାଗିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି। ତେବେ କେଉଁ କାରଣ ପାଇଁ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ବିଞ୍ଚିଛନ୍ତି ତାହା ଜଣାପଡ଼ିନି। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
Follow Us