ମଙ୍କିପକ୍ସ ସଂକ୍ରମଣ କେବଳ ସମଲିଙ୍ଗୀ ପୁରୁଷଙ୍କଠାରେ ସୀମିତ ନୁହେଁ: ହୁ

Advertisment
ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ, ୟୁଏଇରେ ଚିହ୍ନଟ ହେବା ପରେ କେରଳ ଫେରିଥିଲେ

Euronews

ଜେନେଭା : ମଙ୍କିପକ୍ସ ସଂକ୍ରମଣ ପାଇଁ ସମଲିଙ୍ଗୀ ପୁରୁଷମାନଙ୍କୁ ଦାୟୀ କରାଯାଉଛି। କିନ୍ତୁ ଏକ ସାମ୍ବାଦିକ ସମ୍ମିଳନୀରେ ହୁ’ର ମଙ୍କିପକ୍ସ ବିଶାରଦ ଡ. ରୋଜାମଣ୍ଡ ଲୁଇସ କହିଛନ୍ତି କାହାରି ମୁଣ୍ଡରେ କଳଙ୍କ ବୋଳିବା ଦ୍ବାରା ଆମେ ଅସଲ ରୋଗ ବିରୋଧରେ ଲଢ଼େଇ କରିପାରିବା ନାହିଁ। କାରଣ ମଙ୍କିପକ୍ସ କେବଳ ସମଲିଙ୍ଗୀ ପୁରୁଷଙ୍କୁ ନୁହେଁ, ଅନ୍ୟମାନଙ୍କୁ ବି ହେଉଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ କହିଛନ୍ତି ଯେ ପ୍ରତ୍ୟେକ ପ୍ରଭାବିତ ଦେଶ ଏହି ରୋଗକୁ ଟ୍ରାକ୍ କରନ୍ତୁ। ସଂକ୍ରମିତ ବ୍ୟକ୍ତି କେଉଁଠିକି ଯାତାୟାତ କରିଛନ୍ତି ଓ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତା’ର ଖବର ସଂଗ୍ରହ କରନ୍ତୁ। ତେବେ ଏପର୍ଯ୍ୟନ୍ତ ମଙ୍କିପକ୍ସ ସଂକ୍ରମଣର ଯେତେ ରିପୋର୍ଟ ମିଳିଛି, ଅଧିକାଂଶ ହେଉଛନ୍ତି ପୁରୁଷ ଏବଂ ସମଲିଙ୍ଗୀ। ମାତ୍ର ଏହି ରୋଗ କେବଳ ସମଲିଙ୍ଗୀ ପୁରୁଷଙ୍କଠାରେ ସୀମିତ ନୁହେଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ରୋଗ ସାଧାରଣତଃ ଦୁଇରୁ ୪ ସପ୍ତାହ ଯାଏ ସଂକ୍ରମିତ ବ୍ୟକ୍ତିକୁ କଷ୍ଟ ଦେଉଛି ଏବଂ ଚିକିତ୍ସା ଦ୍ବାରା ଭଲ ହେଉଛି। କିନ୍ତୁ ଏହା ପିଲା, ଗର୍ଭିଣୀ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ମାରାତ୍ମକ ହୋଇପାରେ। ଚଳିତ ବର୍ଷ ଭାରତ ସମେତ ୭୫ଟି ଦେଶର ୧୬,୦୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବାର ରିପୋର୍ଟ ମିଳିଛି। ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ରୋଗର ଦ୍ରୁତ ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe