ଭାରତର ଚିନ୍ତା ବଢ଼ାଇଲା ମଙ୍କିପକ୍ସ: ବିଦେଶ ଯାଇ ନଥିବା ବ୍ୟକ୍ତି ଦିଲ୍ଲୀରେ ଚିହ୍ନଟ

ଡିଜିଏଚ୍‌ଏସ୍‌ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ, ଭାରତର ଚତୁର୍ଥ ମାମଲା

‘ମଙ୍କିପକ୍ସ’ର ନାମ ଏବେ ‘ଏମ୍‌ପକ୍ସ’

Image Courtesy of India Today

ନୂଆଦିଲ୍ଲୀ: ମଙ୍କିପକ୍ସ ମାମଲା ଭାରତର ଚିନ୍ତା ବଢ଼ାଇଲାଣି। ଅଳ୍ପ କିଛି ଦିନ ଭିତରେ ଭାରତରେ ୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଯେଉଁ ଚତୁର୍ଥ ରୋଗୀ ଚିହ୍ନଟ ହୋଇଛନ୍ତି ତାଙ୍କର କୌଣସି ବିଦେଶ ଗସ୍ତ ଇତିହାସ ନାହିଁ। ଏହା ପୂର୍ବରୁ ଚିହ୍ନଟ ହୋଇଥିବା ୩ ଜଣ ଯାକ ମଙ୍କିପକ୍ସ ରୋଗୀ କେରଳର। ସମସ୍ତେ ଚଳିତମାସରେ ହିଁ ସଂକ୍ରମିତ ହୋଇଛନ୍ତି। ମଙ୍କିପକ୍ସରେ ସଂକ୍ରମିତ ୩୪ ବର୍ଷୀୟ ଏହି ବ୍ୟକ୍ତିଙ୍କର ନମୁନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପୁନେକୁ ପଠାଯାଇଥିଲା। ସେଠାରେ ତାଙ୍କ ନମୁନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି। ସଂପୃକ୍ତ ସଂକ୍ରମିତ ବ୍ୟକ୍ତିଜଣକ ପଶ୍ଚିମ ଦିଲ୍ଲୀର ବାସିନ୍ଦା। ତାଙ୍କ ଠାରେ ମକ୍ସିପକ୍ସ ରୋଗର ଲକ୍ଷଣ ଦେଖାଦେବା ପରେ ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜ ହସ୍ପିଟାଲରେ ପ୍ରାୟ ୩ ଦିନ ତଳେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣର ଉତ୍ସ ଚିହ୍ନଟ ହେବା ସହିତ କଣ୍ଟାକ୍ଟ ଟ୍ରେସିଂ, ଘରୋଇ ଚିକିତ୍ସକଙ୍କ ମଧ୍ୟରେ ଟେଷ୍ଟିଂ ପାଇଁ ସଚେତନତା ବୃଦ୍ଧି ଆଦି ପଦକ୍ଷେପ ନିଆଯାଉଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ) ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅପରାହ୍ଣରେ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe