ମଙ୍କିପକ୍ସ ଆତଙ୍କ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନବନ୍ଦର ତଥା ସୀମାରେ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

Advertisment
ମଙ୍କିପକ୍ସ ଆତଙ୍କ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନବନ୍ଦର ତଥା ସୀମାରେ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସଜାଗ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ବିମାନବନ୍ଦରକୁ ସତର୍କ ରହିବାକୁ କୁହାଯାଇଛି । ଏହା ସହିତ ବାଂଲାଦେଶ ଏବଂ ପାକିସ୍ତାନ ସୀମାରେ ତଦାରଖ ବୃଦ୍ଧି ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଫ୍ରିକା ବାହାରେ ସ୍ୱିଡେନ ଏବଂ ପାକିସ୍ତାନରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ କରିଥିବାବେଳେ ଭାରତରେ ମଙ୍କିପକ୍ସର କୌଣସି ମାମଲା‌ ରିପୋର୍ଟ ହୋଇନାହିଁ।

ତେବେ ସତର୍କତାମୂଳକ ପଦକ୍ଷେପ ଭାବରେ ବାଂଲାଦେଶ ଏବଂ ପାକିସ୍ଥାନ ସୀମାରେ ଥିବା ବନ୍ଦରର ଅଧିକାରୀ ତଥା ସମସ୍ତ ବିମାନବନ୍ଦରକୁ ସତର୍କ ରହିବାକୁ କେନ୍ଦ୍ର କହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ମଙ୍କିପକ୍ସର ଲକ୍ଷଣ ରିପୋର୍ଟ କରୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିଷୟରେ ସତର୍କ ରହିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବାର ଗୋଟିଏ ଦିନ ପରେ ଏହି ବିକାଶ ଘଟିଛି।

ମଙ୍କିପକ୍ସ ରୋଗୀଙ୍କ ପରିଚାଳନା, ସେମାନଙ୍କର ଆଇସୋଲେସନ ଏବଂ ଚିକିତ୍ସା ପାଇଁ ସରକାର ରାମ ମନୋହର ଲୋହିଆ ହସ୍ପିଟାଲ, ସଫଦରଜଙ୍ଗ ହସ୍ପିଟାଲ ଏବଂ ଲେଡି ହାର୍ଡିଙ୍ଗ ହସ୍ପିଟାଲକୁ ନୋଡାଲ କେନ୍ଦ୍ର ଭାବରେ ଚିହ୍ନଟ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ସେମାନଙ୍କ ଅଧୀନରେ ଥିବା ଏହିପରି ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛି।

ବର୍ତ୍ତମାନର ଆକଳନ ଅନୁଯାୟୀ, ସ୍ଥାୟୀ ସଂକ୍ରମଣ ସହିତ ଏକ ବଡ଼ ଧରଣର ସଂକ୍ରମଣ ଆଶଙ୍କା କମ୍ ବୋଲି ପିଟିଆଇ ଅଧିକାରୀଙ୍କ କହିବାନୁସାରେ ସୂଚନା ପ୍ରଦାନ କରିଛି। ଅଧିକାରୀମାନଙ୍କୁ ନୀରିକ୍ଷଣ ବୃଦ୍ଧି କରିବାକୁ ଏବଂ ମଙ୍କିପକ୍ସ ମାମଲାର ତୁରନ୍ତ ଚିହ୍ନଟ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ବର୍ତ୍ତମାନ ଦେଶରେ ୩୨ଟି ଲାବୋରେଟୋରୀ ମଙ୍କିପକ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି।ଏହାର ଶୀଘ୍ର ନିରାକରଣ ପାଇଁ ପରୀକ୍ଷା ଲାବୋରେଟୋରୀଗୁଡିକର ନେଟୱାର୍କ ପ୍ରସ୍ତୁତ କରାଯିବା ଉଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଗୁରୁବାର ଦିନ ସ୍ୱିଡେନର ଜନସ୍ୱାସ୍ଥ୍ୟ ଏଜେନ୍ସି କହିଥିଲା ଯେ ଏହା କ୍ଲେଡ୍ ,ସବକ୍ଲେଡର ଏକ ମାମଲା ପଞ୍ଜିକୃତ କରିଛି, ଯାହା ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିଲା।

ରବିବାର ଦିନ ପାକିସ୍ତାନ ଏକ ଗଲ୍ଫ ଦେଶରୁ ଫେରି ଆସିଥିବା ୩୪ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଏକ ମାମଲା ରିପୋର୍ଟ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଭୂତାଣୁକୁ କ୍ଲେଡ୍ ବି ଶ୍ରେଣୀଭୁକ୍ତ କରାଯାଇଛି।

ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଥିବା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୧୬,୦୦୦ମାମଲା ରେକର୍ଡ କରାଯାଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୪୮ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe