ନଗଦ ୨ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ଝାମ୍ପି ନେଇ ଚମ୍ପଟ୍‌ ଦେଲେ ମାଙ୍କଡ଼

Advertisment
ନଗଦ ୨ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ଝାମ୍ପି ନେଇ ଚମ୍ପଟ୍‌ ଦେଲେ ମାଙ୍କଡ଼

ଆଗ୍ରା: ନଗଦ ୨ ଲକ୍ଷ ଟଙ୍କା ଥିବା ଗୋଟାଏ ବ୍ୟାଗ୍‌ ଜଣେ ଲୋକ ଠାରୁ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ଦେଇଛନ୍ତି ଦଳେ ମାଙ୍କଡ଼।
ବିଜୟ ବଂଶଲ ନାମକ ସେ ବ୍ୟକ୍ତି ଜଣକ କହୁଛନ୍ତି ଯେ ହଠାତ୍‌ ପଲେ ମାଙ୍କଡ଼ ଆସି ମୋ ଠାରୁ ଟଙ୍କା ଥଳି ଛଡ଼ାଇ ନେଲେ। ମୁଁ ମାତ୍ର ୬୦ ହଜାର ଟଙ୍କା ଫେରି ପାଇଛି। ସେମାନେ ମଧ୍ୟ ମତେ ଆକ୍ରମଣ କରିଛନ୍ତି। କଠିନ ପରିଶ୍ରମ କରି ଉପାର୍ଜନ କରିଥିବା ମୋ ଟଙ୍କା ସବୁ ଗଲା। ପୁଲିସ ବି କିଛି ଲୋକଙ୍କୁ ପଚରା ଉଚୁରା କରିଛି, କିନ୍ତୁ କିଛି ସୁଫଳ ମିଳି ନାହିଁ।

ଏ ଘଟଣା ବଡ଼ ସନ୍ଦେହ ବଢ଼ାଉଛି। ଜିନିଷପତ୍ର ଏ ଭଳି ଛଡ଼ାଛଡ଼ି କରି ନେବା ପାଇଁ ମାଙ୍କଡ଼ମାନଙ୍କୁ ତାଲିମ ଦିଆ ଯାଇ ନାହିଁ ତ। କାରଣ ଏ ଭଳି ଘଟଣା ଥରକୁ ଥର ଘଟୁଛି।

publive-image

କିଛି ଦିନ ତଳେ ଆଗ୍ରାରେ ଅନେକ ମାଙ୍କଡ଼ ଆକ୍ରମଣ ମାଲଲା ଦୃଷ୍ଟିକୁ ଆସିଛି। କିଛି ନ କରି ଥିଲେ ମଧ୍ୟ ଏ ମାସର ଆଦ୍ୟରେ ଦଳେ ପର୍ଯ୍ୟଟକଙ୍କୁ ତାଜମହଲ ବାହାରେ ମାଙ୍କଡ଼ମାନେ ଆକ୍ରମଣ କରି ଖଣ୍ଡିଆଖାବରା କରି ପକାଇ ଥିଲେ। ଏଥିରେ ସେ ପର୍ଯ୍ୟଟକମାନଙ୍କର କିଛି ଦୋଷ ନ ଥିଲା।
ସ୍ଥାନୀୟ ଅଧିକାରୀ ଲୋକମାନଙ୍କୁ, ବିଶେଷ କରି ପର୍ଯ୍ୟଟକମାନଙ୍କୁ, ନିବେଦନ କରି କହିଛନ୍ତି: ମାଙ୍କଡ଼ଙ୍କୁ ଖୁଆଅ ନାହିଁ। ଯଥାସମ୍ଭବ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe