ପୁଅ ଦୋଷୀ ବୋଲି ପ୍ରମାଣ ହୋଇନି; ଏଭଳି କହିଲେ କୋଲକାତା ଦୁଷ୍କର୍ମ ଅଭିଯୁକ୍ତର ବାପା

Advertisment
qw1q

କୋଲକାତା: ପୁଅ ଦୋଷୀ ବୋଲି ପ୍ରମାଣ ହୋଇନି। କୋଲକାତା ଲ’ କଲେଜ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କୁ ନେଇ ତାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଦେଶରେ ଚର୍ଚ୍ଚାରେ ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଏବେ ମୁଖ୍ୟ ଅଭିଯୁକ୍ତଙ୍କ ବାପା ରବିନ ମିଶ୍ର ତାଙ୍କ ପୁଅ ମନୋଜିତ ମିଶ୍ରଙ୍କୁ ସମର୍ଥନ କରିଥିବା ଜଣାଯାଇଛି। 

ସେ କହିଛନ୍ତି ଯେ, "ମନୋଜିତର ମା’ ଅସୁସ୍ଥ ଅଛନ୍ତି। ମାମଲା କୋର୍ଟରେ ଅଛି। ତେଣୁ କିଛି କହିବାକୁ ଚାହୁଁନାହିଁ। ମୁଁ ଏକ ଛୋଟ ଘରେ ରହେ। ମୁଁ ଏକ ସରଳ ପରିବାରର। ଏଭଳି ଜଣକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ନୂଆ କି? ମୁଁ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ସତ ବୋଲି ବିଶ୍ବାସ କରୁନାହିଁ। ଏବେ ଏହି ଘଟଣାକୁ ନେଇ ମିଡିଆ ଟ୍ରାଏଲ୍ ଚାଲିଛି। ଏତିକି କହିବି ମନୋଜିତ ପାଠପଢ଼ାରେ ଭଲ ଥିଲେ, ସେଥିପାଇଁ ସେ ଓକିଲ ହୋଇଥିଲେ।"

ତେବେ କୋଲକାତାରେ ଗତବର୍ଷ ଅଗଷ୍ଟରେ ଘଟିଥିବା ଏକ ଘଟଣା ପାଇଁ ସାରା ଦେଶର ମୁଣ୍ଡ ବିଶ୍ବ ଦରବାରରେ ନଇଁ ଯାଇଥିଲା। ଜଣେ ଟ୍ରେନି ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ କରାଯାଇ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାସ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଅଭିଯୁକ୍ତ ଗିରଫ ହେବା ପ‌ରେ ସରକାର ମହିଳାଙ୍କ ସୁରକ୍ଷା ପ୍ରତି ସଜାଗ ହେବେ ବୋଲି ଆଶା କରୁଥିଲେ ରାଜ୍ୟବରସୀ। ହେଲେ ଏହି ଘଟଣାକୁ ବର୍ଷେ ନପୁରୁଣୁ ଏବେ ପୁଣି ଜଣେ ମହିଳା ଦେହର ଭୋକ ମେଣ୍ଟାଇବାକୁ ଚାହୁଁଥିବା ପୁରୁଷର ଶିକାର ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe