କେରଳରେ ପାଦ ଥାପିଲା ମୌସୁମୀ: ଆକଳନର ୮ ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ଆସିଲା

Photograph: (Sambad.in)

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁବା ନେଇ ହୋଇଥିଲା ଆକଳନ । ସପ୍ତାହେ ଆଗରୁ ଆସିବା ସହ ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ । 

ପୂର୍ବରୁ ଆଗାମୀ ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିଛି । ଦୁଇ ଦିନ ହେବ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଛି ଏବଂ ଆଇଏମଡି ପକ୍ଷରୁ କସାରାଗୋଡ ଏବଂ କନ୍ନୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । କୋଜିକୋଡେ, ୱାୟନାଡ, ମାଲାପୁରାମ, ଥ୍ରୀସୁର, ପାଲକକଡ, ଏର୍ନାକୁଲମ, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । 

ତେବେ ଶେଷ ଥର ପାଇଁ ୨୦୦୧ ଏବଂ ୨୦୦୯ ମସିହାରେ ମୌସୁମୀ କେରଳକୁ ସଅଳ ଛୁଇଁଥିଲା । ଯାହାର ତାରିଖ ମେ ୨୩ ଥିଲା । ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରେ । ମାତ୍ର ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ ତାରିଖରେ ପ୍ରଥମ ଥର ପାଇଁ କେରଳ ଛୁଇଁଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe