ଶୁକ୍ରବାର କେରଳ ଛୁଇଁବ ମୌସୁମୀ; ହେଲେ ଏଲ୍‌- ନିନୋ ପ୍ରଭାବିତ ମୌସୁମୀ ସାଧାରଣ ଠାରୁ କମ୍‌ ବର୍ଷିବ: ସ୍କାଇମେଟ୍‌ର ଆକଳନ

Advertisment
ଶୁକ୍ରବାର କେରଳ ଛୁଇଁବ ମୌସୁମୀ; ହେଲେ ଏଲ୍‌- ନିନୋ ପ୍ରଭାବିତ ମୌସୁମୀ ସାଧାରଣ ଠାରୁ କମ୍‌ ବର୍ଷିବ: ସ୍କାଇମେଟ୍‌ର ଆକଳନ

SkyMate Weather

ନୂଆଦିଲ୍ଲୀ: ମୌସୁମୀ ନିଜର ଆଗମନକୁ ନେଇ ଲୁଚକାଳି ଖେଳୁ ଥିବାବେଳେ ଆସନ୍ତା ୪୮ ଘଣ୍ଟା, ଅର୍ଥାତ୍‌ ଶୁକ୍ରବାର ପୂର୍ବରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର କୌଣସି ପ୍ରକାର ସମ୍ଭାବନା ନାହିଁ ବୋଲି ଆଜି (ବୁଧବାର) ବିଶ୍ୱସ୍ତରରେ ପାଣିପାଗ ଆକଳନ କରୁଥିବା ଘରୋଇ ସଂସ୍ଥା ସ୍କାଇମେଟ୍‌ ପକ୍ଷରୁ କୁହାଯାଇଛି।

ସ୍କାଇମେଟ୍‌ର ପାଣିପାଗ ବିଶାରଦ ସମର ଚୌଧୁରୀ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ସୂଚନା ଅନୁଯାୟୀ ଜୁନ୍‌ ଶେଷ ସପ୍ତାହ ବେଳକୁ ମୌସୁମୀ ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପହଞ୍ଚିବ ବୋଲି କୁହା ଯାଉଥିଲେ ସୁଦ୍ଧା ଏଥିରେ ମଧ୍ୟ ଆହୁରି ୧୦ରୁ ୧୫ ଦିନର ବିଳମ୍ବ ଘଟିବ।

publive-image SkyMate Weather

ବିଗତ ୬୫ ବର୍ଷ ମଧ୍ୟରେ ଚଳିତ ୨୦୧୯ ହେଉଛି ଦ୍ୱିତୀୟ ବର୍ଷ ଯେଉଁ ବର୍ଷ କି ପ୍ରାକ୍‌ ମୌସୁମୀ ବର୍ଷା ସର୍ବକାଳୀନ କମ୍‌ ରେକର୍ଡ କରାଯାଇଛି। ଦେଶରେ ସାଧାରଣ ଭାବେ ୧୩୧.୫ ମିଲିମିଟରର ପ୍ରାକ୍‌ ମୌସୁମୀ ବର୍ଷା ରେକର୍ଡ କରା ଯାଉଥିବା ବେଳେ ଚଳିତ ମାତ୍ର ୯୯ ମିଲିମିଟର ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ଏହି ଘଟଣାରୁ ଚଳିତ ବର୍ଷର ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଏଲ୍‌- ନିନୋ ଦ୍ୱାରା ପ୍ରଭାବିତ ହୋଇଥିବା ଏବଂ ଏଲ୍‌- ନିନୋ ପ୍ରଭାବରେ ଚଳିତ ବର୍ଷ ଦେଶରେ ଆବଶ୍ୟକତା ଠାରୁ କମ୍‌ ବର୍ଷା ହେବ ବୋଲି ସତର୍କ କରାଇ ଦେଇଛି ସ୍କାଇମେଟ୍‌।

publive-image SkyMate Weather

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମେ’ ମାସରେ ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ- ପଶ୍ଚିମ ମୌସୁମୀ ସଂପର୍କରେ ପୂର୍ବାନୁମାନ କରି କହିଥିଲା ଯେ ଚଳିତ ବର୍ଷ ଜୁନ୍‌ ୧ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ। ଏବଂ ବେଶ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହି ସ୍ୱାଭାବିକ ପାଖାପାଖି ୯୬ ପ୍ରତିଶତ ବୃଷ୍ଟିପାତ କରାଇବ। ତେବେ, ଭାରତୀୟ ପାଣିପାଗ ବିଭାଗର ଆକଳନ ଓ ପୂର୍ବାନୁମାନ ସହ ଏକମତ ହୋଇ ନାହିଁ ସ୍କାଇମେଟ୍‌। ଚଳିତ ବର୍ଷର ମୌସୁମୀ ସଂପର୍କରେ କରିଥିବା ପୂର୍ବ ଆକଳନ ସହ ଏବେ ବି ଏକମତ ରହିଛି ସ୍କାଇମେଟ୍‌।

publive-image SkyMate Weather

ମୌସୁମୀକୁ ନେଇ ନିଜ ଆକଳନ ଓ ପୂର୍ବାନୁମାନରେ ସ୍କାଇମେଟ୍‌ କହିଛି ଯେ ମୌସୁମୀ ବେଶ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ସତ; କିନ୍ତୁ ଆବଶ୍ୟକ ପରିମାଣର ବୃଷ୍ଟିପାତ କରାଇବ ନାହିଁ। ଏଲ୍‌- ନିନୋ ଦ୍ୱାରା ପ୍ରଭାବିତ ମୌସୁମୀ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ଠାରୁ କମ୍‌ ବୃଷ୍ଟିପାତ, ଅର୍ଥାତ୍‌ ମାତ୍ର ୯୩ ପ୍ରତିଶତ ମୌସୁମୀ ବର୍ଷା କରାଇବ। ଫଳରେ, ପୂର୍ବ ଭାରତର ପଶ୍ଚିମ ବଙ୍ଗଳା, ବିହାର ଓ ଝାଡ଼ଖଣ୍ଡ; ପଶ୍ଚିମ ଭାରତର ମହାରାଷ୍ଟ୍ରର ବିଦର୍ଭ ଏବଂ ମରାଠଓ୍ଵାଡ଼ା ଏବଂ କେନ୍ଦ୍ରୀୟ ଭାରତର ମଧ୍ୟପ୍ରଦେଶ ଓ ଗୁଜୁରାଟର ବହୁ ଅଞ୍ଚଳରେ ମୌସୁମୀ ବର୍ଷା ଅଭାବରୁ ମରୁଡ଼ି ଜନିତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା କହିଛି ସ୍କାଇମେଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe