ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ପରିମାଣର ହେବ: ସ୍କାଏମେଟ୍‌

ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ପରିମାଣର ହେବ: ସ୍କାଏମେଟ୍‌

Hindustan Times

ନୂଆଦିଲ୍ଲୀ: ଚଳିତବର୍ଷ ମୌସୁମୀ ବର୍ଷା ସାଧାରଣଠାରୁ ଟିକେ କମ୍‌ ହୋଇପାରେ ବୋଲି ବୁଧବାର  ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ସ୍କାଏମେଟ୍‌ ପୂର୍ବାନୁମାନ କରି କହିଛି ଯେ ସ୍ୱାଭାବିକ ବୃଷ୍ଟିପାତଠାରୁ ପରିମାଣ କମ ରହିବ। ମୌସୁମୀ ବାୟୁ ଦୀର୍ଘ ସମୟ ଧରି ସକ୍ରିୟ ରହିଲେ ମଧ୍ୟ ଏହା ସ୍ୱାଭାବିକ ମୌସୁମୀ ବର୍ଷାଠାରୁୁ କମ୍‌ ପରିମାଣର ବୃଷ୍ଟିପାତ କରାଇବ ବୋଲି ଆକଳନ କରାଯାଇଛି।

ସ୍କାଏମେଟ୍‌ ଆହୁରି ବି ଆକଳନ କରି କହିଛି ଯେ ଚଳିତବର୍ଷ ଦେଶରେ ସ୍ୱାଭାବିକ ବୃଷ୍ଟିପାତଠାରୁ ବୃଷ୍ଟିପାତର ପରିମାଣ କମ୍‌ ରହିବା ସହ ଏହା ମୁଖ୍ୟତଃ ୯୦ରୁ ୯୩ ପ୍ରତିଶତ ମଧ୍ୟ ସୀମିତ ରହିବ।

publive-image Livemint

କମ୍‌ ମୌସୁମୀ ବୃଷ୍ଟିପାତର କାରଣ ଦର୍ଶାଇବାକୁ ଯାଇ ସ୍କାଏମେଟ୍‌ କହିଛି ଚଳିତବର୍ଷ ଭାରତରେ ମୌସୁମୀ ଏଲ୍‌-ଲିନୋ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବ। ଯାହାଫଳରେ ମୌସୁମୀ ବାୟୁ ଓ ମୌସୁମୀ ପ୍ରଭାବ ଯଦିଓ ଦେଶରେ ଲମ୍ବା ସମୟ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସକ୍ରିୟ ରହିବ ତେବେ ଏହା ଶତ ପ୍ରତିଶତ ବୃଷ୍ଟିପାତ କରାଇବାରେ ସକ୍ଷମ ହେବ ନାହିଁ।

ଉଲ୍ଳେଖଯୋଗ୍ୟ, ଭାରତର ଅର୍ଥନୈତିକ ବ୍ୟବସ୍ଥା ଗଭୀର ଭାବରେ ମୌସୁମୀ ଦ୍ୱାରା ପ୍ରଭାବିତ ହୋଇଥାଏ। କାରଣ ଭାରତ ଏକ କୃଷି ପ୍ରଧାନ ଦେଶ। ଏଲ୍‌-ଲିନୋ ପ୍ରଭାବରେ କମ୍‌ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ହେତୁ ଭାରତୀୟ କୃଷି ଓ ଅର୍ଥନୀତିକୁ ମଧ୍ୟ ଏହା ବେଶ୍‌ ପ୍ରଭାବିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe