କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ଏନ୍‌ଡିଏ ସପକ୍ଷରେ ୩୨୫, ବିପକ୍ଷରେ ୧୨୬

ମତଦାନରୁ ନିବୃତ୍ତ ରହିଲେ ବିଜେଡି-ଶିବସେନା

କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ଏନ୍‌ଡିଏ ସପକ୍ଷରେ ୩୨୫, ବିପକ୍ଷରେ ୧୨୬

ନୂଆଦିଲ୍ଲୀ: ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ପକ୍ଷରୁ ଲୋକସଭାରେ ଶୁକ୍ରବାର ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି। ଭୋଟିଂରେ ଏନଡିଏ ବିଜୟୀ ହୋଇଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ୩୨୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିରୋଧୀ ୟୁପିଏକୁ ୧୨୬ ଭୋଟ୍‌ ମିଳିଛି। ଭୋଟିଂରେ ମୋଟ୍‌ ୪୫୧ ଜଣ ସଦସ୍ୟ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ସପକ୍ଷରେ ଦୁଇ ତୃତୀୟାଂଶ ଭୋଟ ଯାଇଛି। ବିଜେଡି ଓ ଶିବସେନାର ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ ଆଜି ପୂର୍ବାହ୍ନରେ କକ୍ଷତ୍ୟାଗ କରିଥିଲେ। ଆଜି ସକାଳ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଆଲୋଚନା ଚାଲିବା ପରେ ଭୋଟିଂ ଆରମ୍ଭ ହୋଇଥିଲା।

ବିଭିନ୍ନ ରାଜନୈତିକ ଦଳରେ ନେତାମାନେ ଲୋକସଭାରେ ନିଜର ବକ୍ତବ୍ୟ ରଖିବା ପରେ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ନେଇ ନିଜର ଭାଷଣ ପ୍ରଦାନ କରିଥିଲେ। ମୋଦି କହିଥିଲେ, ଏହା ଏକ ଅନାସ୍ଥା ପ୍ରସ୍ତାବ ନୁହେଁ, କାରଣ କଂଗ୍ରେସ ଜାଣିଛି ଯେ, ସରକାର ନିକଟରେ ବହୁମତ ରହିଛି। କଂଗ୍ରେସ କେବଳ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ସାଥୀମାନଙ୍କ ପରୀକ୍ଷା ନେବାକୁ ଚାହୁଁଥିଲା। ସେଥିପାଇଁ ନାଟକ କରିଥିଲା। ଆମେ ଲୋକଙ୍କ ସମର୍ଥନରେ ୨୦୧୪ରେ ସରକାର ଗଢ଼ିଛୁ ବୋଲି ମୋଦି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe